ଶିକ୍ଷାବିତ୍‌ ଡ. ଏ ବି ସିଂହ ସମ୍ମାନିତ

ଭୁବନେଶ୍ୱର : ଶିକ୍ଷାବିତ୍‌ ତଥା ଆଦ୍ୟାନ୍ତ ହାୟର ସେକେଣ୍ଡାରି ସ୍କୁଲର ପ୍ରତିଷ୍ଠାତା ଏବଂ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଭୁବନେଶ୍ୱର, କଟକ, ନାଗପୁର ଏବଂ ଇଷ୍ଟ ଦିଲ୍ଲୀର ଶାଖା ନିର୍ଦେଶକ ଡ. ଅଜୟ ବାହାଦୂର ସିଂହ ବିହାରର ପାଟନାଠାରେ ଆୟୋଜିତ ଆଡଭାଣ୍ଟେଜ୍‌ କ୍ଲନକ୍ଲେଭ ୨୦୧୮ରେ ସମ୍ମାନିତ ହୋଇଛନ୍ତି। ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏହି ଅବସରରେ ଶ୍ରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର ଏବଂ ଦିଲ୍ଲୀ ଭଳି ରାଜ୍ୟରେ ଶିକ୍ଷାର ପ୍ରସାର ଓ ବିକାଶ ପାଇଁ କାର୍ଯ୍ୟ କରୁଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର