ସୁଇଜରଲାଣ୍ଡ ରାଷ୍ଟ୍ରଦୂତଙ୍କ କିସ୍ ପରିଦର୍ଶନ

ଚନ୍ଦ୍ରଶେଖରପୁର: ଭାରତରେ ଅବସ୍ଥାପିତ ସୁଇଜରଲାଣ୍ଡର ରାଷ୍ଟଦୂତ ଏବଂ ମିସନ୍ ମୁଖ୍ୟ ଡ. ଆଣ୍ଡ୍ରେସ ବମ୍ ସୋମବାର କିସ୍ ଓ କିଟ୍ ପରିଦର୍ଶନ କରିଛନ୍ତି। ସେ କିଟ୍‌ର ବିଭିନ୍ନ କ୍ୟାମ୍ପସ୍ ଓ କିସ୍‌ର ବିଭିନ୍ନ ୟୁନିଟ୍ ବୁଲି ଦେଖିଥିଲେ। ପରେ ସେ କିସ୍‌ର ୨୭ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଲେ, ଶିକ୍ଷା ସମସ୍ତ ସମସ୍ୟାର ସମାଧାନ କରିପାରେ। ଉପଯୁକ୍ତ ଶିକ୍ଷା ପାଇପାରିଲେ ତୁମେ‌ ମାନେ ଜୀବନରେ ସଫଳତା ପାଇପାରିବ। ତେଣୁ ଉପଯୁକ୍ତ ଶିକ୍ଷା ଗ୍ରହଣ କର। ସେ ଛାତ୍ରଛାତ୍ରୀମାନ ଅନ୍ୟମାନଙ୍କୁ ଅନୁକରଣ ନକରି ନିଜର ସୃଜନଶୀଳତା ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଇଜରଲାଣ୍ଡ ସାଂସଦ ନିକୋଲାସ୍ ସାମୁଏଲ ଗଗର୍ କିସ୍ ପରିଦର୍ଶନ ଅବସରରେ କହିଲେ, ଏହି ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟର ପିଢ଼ି। ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଇ ଗଗର୍ କହିଲେ, ତୁମେମାନେ ଜୀବନରେ ସଫଳତା ପାଇବାକୁ ହେଲେ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କୁ ଅନୁସରଣ କର। ଗତ ୨୮ବର୍ଷ ହେଲା ଶିକ୍ଷା ଜରିଆରେ ଜନଜାତିଙ୍କ ସେବା କରିଆସୁଥିବାରୁ ସେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଶେଷରେ ଶ୍ରୀ ସାମନ୍ତ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରି ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ କିସ୍‌ର ସଂପାଦକ ଆର.ଏନ ଦାଶ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର