ନାଟକ ‘ଅନାଗତ’ମତେ ଦୁନିଆ ଦେଖିବାକୁ ଦିଅ

ଭୁବନେଶ୍ବର: ଯୌନ ଆକାଂକ୍ଷା ପୂର୍ଣ୍ଣ କରିବା ଏକ ସମୟର ଆବଶ୍ୟକତା ହୋଇପାରେ। କିନ୍ତୁ ଅବୈଧ ଯୌନକ୍ରୀଡ଼ାରୁ ଏକ ଭ୍ରୂଣକୁ ଖେଳନା ସଜାଇ ମାରିଦେବାର କି ଅଧିକାର ଅଛି। ସୂର୍ଯ୍ୟାଲୋକ ଦେଖିବା ଆଗରୁ ଭ୍ରୂଣ ରୂପରୁ କବର ଦେଇଦେବା କୌଣସି ଅପରାଧଠୁ କମ୍‌ କି? ଏହିପରି ଅନେକ ପ୍ରଶ୍ନର ଉତ୍ତର ମାଗିଛି ଭ୍ରୂଣଟିଏ। ଖାଲି ଉତ୍ତର ମାଗିନି, ତାକୁ ଦୁନିଆ ଦେଖାଇବାକୁ ବାପା ମା’ଙ୍କୁ ଅନୁରୋଧ କରିଛି। ଆଜି ଲାବଣ୍ୟ ଥିଏଟର୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ନାଟକ ‘ଅନାଗତ’ରେ ଏପରି ଏକ କଥାବସ୍ତୁ ଉପଭୋଗ କରିବାର ଅବସର ମିଳିଥିଲା। ଡ.ନାରାୟଣ ସାହୁ ନାଟ୍ୟ ରଚନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ସତ୍ୟ ଜେନା। ଉପେନ୍ଦ୍ର ପତି, ସଂଜୟ, ପ୍ରଦୀପ, ସନ୍ତୁ, ସୋନିକା, ପିହୁ ଅଭିନୟ କରିଥିଲେ। ଶକ୍ତି ସଂଗୀତ ନର୍ଦେଶନା ଦେଇଥିବା ବେଳେ ଆଲୋକ ସମ୍ପାଦନ କରିଥିଲେ ବିକାଶ। ସନ୍ଧ୍ୟାରେ ଅତିଥି ଭାବେ ରୂପସଜାକାରୀ ଲୋକନାଥ ବାରିକ, ସେଟ୍‌ ଡିଜାଇନର ପାଣ୍ଡିଆ ଏବଂ କ୍ୟାମେରାମ୍ୟାନ୍‌ ଗୋପାଳ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର