ଆମେ ବଞ୍ଚିଛୁ ପକ୍ଷରୁ ନାଟକ, ଗାଁ ଏବେ ସହର ସହର ବାସିଲାଣି

ଭୁବନେଶ୍ୱର: ଗାଁ ହେଉଛି ସ୍ମୃତିର ପାଖୁଡ଼ାଟିଏ। ଯିଏ ପ୍ରତି ମୁହୂର୍ତରେ କ୍ଷତାକ୍ତ କରେ ମଣିଷକୁ। ପିଲାଦିନ ତା’ ସହ ଲୁଚକାଳି ଖେଳେ। କିନ୍ତୁ ଆଜିକାଲି ଗାଁରେ ରହିବା ଅସମ୍ଭବ ହୋଇପଡ଼ୁଛି। କାରଣ ଗାଁ ଏବେ ସହର ଭଳି ହୋଇଗଲାଣି। ଗାଁର ସାମାଜିକ, ଅର୍ଥନୈତିକ ଆକାଶରେ ପରିବର୍ତନ ଦେଖାଯାଉଛି। ସରଳ ଗ୍ରାମ୍ୟ ଜୀବନକୁ ପ୍ରତିଟି ମୁହୂର୍ତରେ ଝୁରୁଥିବା ମଣିଷ ପାଇଁ ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ମୋ ଗାଁ ସହର ସହର ବାସୁଛି’। ମାନସ ପଢ଼ିଆରୀଙ୍କ ଲିଖିତ ନାଟକରେ କେତୋଟି ଓଡ଼ିଆ ସାହିତ୍ୟ ଜଗତର କବିତାକୁ ଉପସ୍ଥାପିତ କରାଯାଇଛି। ଏଥିରେ ଭରି ରହିଛି ରଶ୍ମି ରାଉଳଙ୍କ ମୁଠା ମୁଠା ସ୍ୱପ୍ନ। ମୋଟାମୋଟି ଉପରେ ସାହିତ୍ୟ ଓ ନାଟକର ଯୁଗଳବନ୍ଦୀ ଏ ନାଟକକୁ ରୁଦ୍ଧିମନ୍ତ କରିଛି। ସଭାପତି ମନୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆଜି ନାଟ୍ୟ ନିର୍ଦ୍ଦେଶକ ପ୍ରବୋଧ ରଥ ଓ ଧୀର ବସା ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ନାଟକର ଗୀତଗୁଡ଼ିକୁ ସଂଯୋଜନା କରିଥିଲେ ଜୟଶ୍ରୀ ଶତପଥୀ। ମୁକୁଳ ଶତପଥୀ ନାଟକ ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଅରୁଣ ଗଡ଼ନାୟକ ଓ ଦୀପ୍ତି ରଞ୍ଜନ ଦାସ।

ସମ୍ବନ୍ଧିତ ଖବର