‘ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌’ ପକ୍ଷରୁ ଚିତ୍ରାଙ୍କନ ଓ ପୋଷ୍ଟର ପ୍ରତିଯୋଗିତା

0

ଭୁବନେଶ୍ୱର : ‘ପ୍ଲାଣ୍ଟ ଲଭର୍ସ ଆସୋସିଏସନ’ ପକ୍ଷରୁ ଆଜି ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କରେ ଏକ ‘ଚିତ୍ରାଙ୍କନ ଓ ପୋଷ୍ଟର ପ୍ରତିଯୋଗିତା’ ଅନୁଷ୍ଠିିତ ହୋଇଯାଇଛି। ଏଥିରେ ରାଜଧାନୀର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୭୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ୪ଟି ବିଭାଗରେ ହେଉଥିବା ଏହି ପ୍ରତିଯୋଗିତାରେ ଚିତ୍ରାଙ୍କନର ବିଷୟବସ୍ତୁ ବୃକ୍ଷ, ଫୁଲ, ଫଳ ଓ ପରିବେଶ ଉପରେ ଆଧାରିତ ଥିବା ବେଳେ ‘ନଦୀ ସଂରକ୍ଷଣ’ ଥିଲା ପୋଷ୍ଟର ପ୍ରତିଯୋଗିତାର ବିଷୟବସ୍ତୁ। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସେଠାରେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଆସୋସିଏସନ୍‌ର ସଭାପତି କ୍ଷୀରୋଦ ପଟ୍ଟନାୟକ, ସମ୍ପାଦକ ପି. ଶ୍ରୀନିବାସ, ଉପସଭାପତି ପ୍ରତାପ କୁମାର ମହାପାତ୍ର ଓ ଯୁଗ୍ମ ସମ୍ପାଦକ ପରମେଶ୍ୱର ଧଳ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ଜାନୁଆରି ମାସ ଦ୍ୱିତୀୟ ଶନିବାର ଓ ରବିବାର ଏକାମ୍ର କାନନଠାରେ ଅନୁଷ୍ଠିତ ହେବାକୁ ଥିବା ପୁଷ୍ପ ପ୍ରଦର୍ଶନୀରେ ଆଜି ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ପ୍ରତିଯୋଗୀଙ୍କ ପୋଷ୍ଟର ଓ ଚିତ୍ରକୁ ପ୍ରଦର୍ଶିତ କରାଯିବ ବୋଲି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.