ମଦ୍ୟପ ଏଏସ୍‌ଆଇ ନିଲମ୍ବିତ

ଭୁବନେଶ୍ବର‌: ମ‌ଞ୍ଚେଶ୍ବର ଥାନା ଏଏସ୍‌ଆଇ ଲକ୍ଷ୍ମଣ ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସପ୍ତା‌ହେ ତଳେ ଏଏସ୍‌ଆଇ ଶ୍ରୀ ମଲ୍ଲିକ ପ୍ରଚୁର ମଦ ପିଇ ନିଶାସକ୍ତ ଅବସ୍ଥାରେ ଖାରବେଳନଗର ଥାନାରେ ହଙ୍ଗାମା କରିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଡିସିପି ଅନୁପ ସାହୁ ଘଟଣାର ତଦନ୍ତ କରି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ସୂଚନା ମୁତାବକ, ଗତ ୩୦ ତାରିଖ ସନ୍ଧ୍ୟାରେ ପାରିବାରିକ କଳହକୁ ନେଇ ଶ୍ରୀ ମଲ୍ଲିକ ରାଗି ଯାଇଥିଲେ। ନିଜକୁ ସମ୍ଭାଳି ନ ପାରି ନିଶାସକ୍ତ ଅବସ୍ଥାରେ ପତ୍ନୀ ଚାକିରି କରୁଥିବା ଖାରବେଳନଗର ଥାନା‌ରେ ପଶି ଗର୍ଜନ କରିଥିଲେ। ତାଙ୍କୁ ଆୟତ୍ତ କରିବା ପାଇଁ ପୁଲିସ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର