ଡିଏସ୍‌ବିଏମ୍େର ବ୍ୟାପାର ଓ ବାଣିଜ୍ୟ ଉପରେ କର୍ମଶାଳା

ଭୁବନେଶ୍ବର: ୟୁନିଟ୍‌-୮ସ୍ଥିତ ଡିଏଭି ସ୍କୁଲ୍‌ ଅଫ୍ ବିଜ୍‌ନେସ୍ ମ୍ୟାନେଜ୍‌ମେଣ୍ଟ୍‌(ଡିଏସ୍‌ବିଏମ୍)ରେ ‘ବ୍ୟାପାର ଓ ବାଣିଜ୍ୟର ସମକାଳୀନ ବିଷୟ’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିିିଥି ଭାବେ ଯୋଗ ଦେଇ ଜେଏସ୍‌ଏଲ୍‌ର ନି‌ର୍ଦ୍ଦେଶକ ଏସ୍ ଉପାଧ୍ୟାୟ ଆନ୍ତର୍ଜାତିକସ୍ତରରେ ଚାଲିଥିବା ପ୍ରତିଯୋଗିତା, ରୋଜଗାର କ୍ଷମତା ଓ ବାଣିଜ୍ୟରେ ସଫଳତାର ଚାବିକାଠି ସମ୍ପର୍କରେ ଆଲୋଚନା କରିଥିଲେ। ବି-୧ ସଲ୍ୟୁସନ୍‌ର ବ୍ୟାବସାୟିକ ନିର୍ଦ୍ଦେଶକ ରାଜେନ୍ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଡିଏସ୍‌ବିଏମ୍‌ର ଛାତ୍ରଛାତ୍ରୀ ଅଭିଜିତ ରଥ, ଇପ୍ସା ବଳିୟାରସିଂହ, ରଚିତା ନାୟକ ଓ ପଦ୍ମଜା କର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଡିଏସ୍‌ବିଏମ୍‌ର ସଭାପତି ମଦନ ମୋହନ ପଣ୍ଡା ଏପରି କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡି.ଏନ୍ ମିଶ୍ର ଏହି କାର୍ଯ୍ୟକ୍ରମରେ ଗୁଣାତ୍ମକ ଅଂଶଗ୍ରହଣ ହୋଇଛି ବୋଲି କହିଥିଲେ। ଅଧ୍ୟାପିକା‌ ଜୟଶ୍ରୀ ସ୍ବାଇଁ ଓ ଅଧ୍ୟାପକ ଅଂଶୁମାନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର