ଚିନ୍ତା ବଢ଼ାଉଛି ଇ-ବର୍ଜ୍ୟ, ମୁକାବିଲା ପାଇଁ ଗୋଲ୍‌ ଟେବୁଲ୍‌ ବୈଠକ

ଭୁବନେଶ୍ବର: ବୈଦ୍ୟୁତିକ ବର୍ଜ୍ୟବସ୍ତୁ(ଇ-ବର୍ଜ୍ୟ) ମାନବ ସମାଜର ଚିନ୍ତା ବଢ଼ାଇବାରେ ଲାଗିଛି। ଏବେ ଠାରୁ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆ ନଗଲେ, ଆଗକୁ ଗୁରୁତର ସଙ୍କଟର ସାମ୍ନା କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେଣ୍ଟର୍‌ ଫର୍ ପଲିସି, ଗଭର୍ନାନ୍ସ ଆଣ୍ଡ୍‌ ଆଡ୍‌ଭୋକେସି(ସିପିଜିଏ) ପକ୍ଷରୁ ସହିଦନଗରସ୍ଥିତ ଓଡ଼ିଶା ଭେଟେରନାରି କାଉନ୍‌ସିଲ୍‌ଠାରେ ପ୍ରଥମ ଇ-ୱେଷ୍ଟ୍‌ ପରିଚାଳନା ଗୋଲ୍‌ ଟେବୁଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ବୈଜ୍ଞାନିକ, ବି‌େଶଷଜ୍ଞ, ଗବେଷକ ଓ ଶିଳ୍ପପତି ଇ-ବର୍ଜ୍ୟର ମୁକାବିଲା ପାଇଁ ମାନସ ମନ୍ଥନ କରିଥିଲେ। ଆଇଏମ୍‌ଏମ୍‌ଟିର ପ୍ରମୁଖ ବୈଜ୍ଞାନିକ ମମତା ମହାପାତ୍ର କହିଲେ, ଇ-ବର୍ଜ୍ୟରେ ବହୁତ କ୍ଷତିକାରକ ଦ୍ରବ୍ୟ ରହିଛି। ଏହାକୁ ସଂଗଠିତ ଉପାୟ‌େର ପରିଚାଳନା କରା ନ ଗଲେ ପରିବେଶ ଉପରେ ଏହା କୁପ୍ରଭାବ ପକାଇବ। ଆଇଏମ୍‌ଏମ୍‌ଟିର ମୁଖ୍ୟ ବୈଜ୍ଞାନିକ ଏନ୍ କେ ଧଳ, ପ୍ରମୁଖ ବୈଜ୍ଞାନିକ ବଙ୍କିମ ଚନ୍ଦ୍ର ତ୍ରିପାଠୀ, ସିପେଟ୍‌ର ବରିଷ୍ଠ ବୈଷୟିକ ଅଧିକାରୀ ମନୋରଞ୍ଜନ ବିଶ୍ବାଳ, ସୋଆ ବିଶ୍ବବିଦ୍ୟାଳୟର ପ୍ରଫେସର ସୁଜାତା ମିଶ୍ର, ମିଜୋରାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରଫେସର ଆର୍ କେ ମହାନ୍ତି, ନାଇଜର୍‌ର ରେଜିଷ୍ଟ୍ରାର୍ ଅଭୟ କୁମାର ନାୟକ, ଓଡ଼ିଶା ଶିଳ୍ପ ସଂଘର ଅଧ୍ୟକ୍ଷ ଅବନୀ କାନୁନ୍‌ଗୋ, ଓଏଏସ୍‌ଏମ୍‌ଇର ମହାସଚିବ ସାତ୍ତ୍ବିକ ସ୍ବାଇଁ, ଏଲ୍‌ ଏନ୍ ଇଣ୍ଡିଟେକ୍‌ ସର୍ଭିସ୍‌ର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ମଲ୍ଲିକ, ଜର୍ମାନୀର ପିଟର୍‌ ଗ୍ରୁନ୍‌ବର୍ଗ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ବିକାଶ ରାଣା, ଏନ୍‌ଆଇଟି ଗୋଆର ଲଲାଟ ଇନ୍ଦୁ ଗିରି ଓ ଗୁରୁଗାଁଓର ମଞ୍ଜଲ୍‌ ବିଶ୍ବବିଦ୍ୟାଳୟର ମହେଶ୍ବର ଦ୍ବିବେଦୀ ପ୍ରମୁଖ ଇ-ବର୍ଜ୍ୟର ଭୟାବହତା ସମ୍ପର୍କରେ ଆଲୋଚନା କରିଥିଲେ।

ସିପିଜିଏର ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା କହିଲେ, ଇ-ବର୍ଜ୍ୟ ପରିଚାଳନା ପାଇଁ ଏକ ବ୍ୟବସ୍ଥିତ, ବିଜ୍ଞାନ ସମ୍ମତ ଓ ଦୀର୍ଘମିଆଦି ଦୃଷ୍ଟିଭଙ୍ଗୀ ସୃଷ୍ଟି ହେବା ଜରୁରୀ ବୋଲି କହିଥିଲେ। ମିର୍ ମହମ୍ମଦ ଅଲ୍ଲି, ଶୋଭନ ଆଚାର୍ଯ୍ୟ, ନିଲମ୍ ସ୍ବାଇଁ ଓ ଶ୍ୟାମ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର