ଭୁବନେଶ୍ବର ବିମାନବନ୍ଦରରେ ଆରମ୍ଭ ହେଲା ଇ-ଭିସା ସେବା

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇ-ଭିସା ସେବା ଆରମ୍ଭ ହୋଇଛି। ଏହାଦ୍ବାରା ବିଦେଶୀ ଯାତ୍ରୀମାନଙ୍କୁ ଆଉ ଭିସା ପାଇଁ ସ୍ଥାନୀୟ ଆମ୍ବାସି ବା କନସୁଲେଟ୍‌କୁ ଯିବାକୁ ପଡ଼ିବନି। ବିମାନବନ୍ଦରରେ ହିଁ ଯାତ୍ରୀ ଇ-ଭିସା ପାଇପାରିବେ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ଇ-‌ଭିସା ସେବା ଆରମ୍ଭ ହେବା ପରେ ଏହା ଦେଶର ୨୮ତମ ବିମାନବନ୍ଦର ହୋଇଛି। ଜାନୁଆରି ୧୬ତାରିଖରୁ ଇ-ଭିସା ସେବା ଆରମ୍ଭ ହୋଇଥିବାବେଳେ ବିଦେଶରୁ ଆସୁଥିବା ବିଦେଶୀ ଯାତ୍ରୀ ଏଠାରେ ୬୦ଦିନ ରହଣି ପାଇଁ ଇ-ଭିସା କରିପାରିବେ। ସମସ୍ତ ପ୍ରକ୍ରିୟା ଅନଲାଇନ୍‌ରେ ହେବ। ଇ-ଭିସା ଆରମ୍ଭ ହେବା ପରେ ରାଜ୍ୟରେ ବିଦେଶୀ ଯାତ୍ରୀ, ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର