ଭୁବନେଶ୍ବର: ରାଜଧାନୀକୁ ରହିଛି ଭୂକମ୍ପ ଭୟ! ସ୍ଥିତି ଏପରି େହାଇଛି ଭୂକମ୍ପର ତୀବ୍ରତା ୭ ମାଗ୍ନିଚ୍ୟୁଡ୍ ହେଲେ ଭୁବନେଶ୍ବର ମାଟିରେ ମିଶିଯିବ। ଏହାକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଡିଜାଇନ୍ ପ୍ରସ୍ତୁତ ହେବ। ନିର୍ଦିଷ୍ଟ ଅଞ୍ଚଳ ପାଇଁ ଡିଜାଇନ୍ ଅଲଗା ଅଲଗା ରହିବ। ମାତ୍ର କେଉଁ ଅଞ୍ଚଳରେ କେତେ ମହଲା ଘର କରିହେବ ସେନେଇ ଘର ନିର୍ମାଣ ପାଇଁ ପ୍ଲାନି˚ ଦେଉଥିବା ବିଡିଏ ପକ୍ଷରୁ କିଛି କଡ଼ାକଡ଼ି ନିୟମ ନାହିଁ। ଏନେଇ ମଧୢ ସେସମିକ୍ ମ୍ୟାପ୍ ପ୍ରସ୍ତୁତ ହୋଇନି। ତେଣୁ ବିଡିଏ ଭୂମିକମ୍ପ ପ୍ରତିରୋଧକ ବିଲ୍ଡି˚ ନିର୍ମାଣ କରିବା ସହିତ କିପରି ନିର୍ମିତ ବିଲ୍ଡି˚ଗୁଡ଼ିକୁ ଭୂମିକମ୍ପ ଝଟ୍କାରୁ ଉଦ୍ଧାର କରାଯାଇପାରିବ ସେଥିପାଇଁ ପ୍ରସ୍ତୁତି କରିବାକୁ କୁହାଯାଇଥିଲା। ଏଥିପାଇଁ ସେସମିକ୍ ମ୍ୟାପ୍ ପ୍ରସ୍ତୁତ କରି ପ୍ଲାନ୍ ଦେବାକୁ ନିଷ୍ପତ୍ତି ମଧୢ ହୋଇଛି। ହେଲେ ବିଡିଏର ନିୟମ ଭିତରେ ଏହା ନଥିବାରୁ ଏବଂ ଅଞ୍ଚଳ ଅନୁଯାୟୀ ସେସମିକ୍ ମ୍ୟାପ୍ ନଥିବାରୁ ଏହାକୁ କଡ଼ାକଡ଼ି ଲାଗୁ କରାଯାଇପାରୁନି। ଆପାର୍ଟମେଣ୍ଟ କରୁଥିବା ବିଲଡର୍ ଏବଂ ସୁଉଚ୍ଚ ବିଲ୍ଡିଂ ନିର୍ମାଣ କରୁଥିବା ଲୋକଙ୍କୁ ମାଟି ପରୀକ୍ଷା କରି ଆବଶ୍ୟକୀୟ ଡିଜାଇନ୍ ପ୍ରସ୍ତୁତ କଲେ ଏବଂ ଡିଜାଇନ୍ ଅନୁଯାୟୀ ଘର ନିର୍ମାଣ କଲେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ନିୟମକୁ ଅଧିକାଂଶ ମାନୁନାହାନ୍ତି। ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ଭୁବନେଶ୍ବର ମୁଖ୍ୟତଃ ସେସମିକ୍ ଜୋନ୍ ୨ ଓ ୩ରେ ଯାଉଥିଲେ ହେଁ ଏହି ସର୍ଭେ ପରେ କେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳ କେଉଁ ସେସମିକ୍ ଜୋନ୍ରେ ଯାଉଛି ତାହା ସ୍ଥିର ହେବ। ଏପରିକି ଯେଉଁ ଅଞ୍ଚଳ ଯେତେ ଅଧିକ ସେସ୍ମିକ୍ ଜୋନ୍ରେ ଯିବ ସେହି ଅନୁଯାୟୀ ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରାଯିବ। ଆଉ ସେହି ଅଞ୍ଚଳରେ ଘର କରିବାକୁ ଥିବା ଲୋକଙ୍କୁ ବିଡିଏ ଦ୍ବାରା ପ୍ରସ୍ତୁତ ହେବାକୁ ଥିବା ଡିଜାଇନ୍ ଅନୁଯାୟୀ ଘର କରିବାକୁ କୁହାଯିବ। ବିଡିଏ ପ୍ୟାନେଲ୍ରେ ଥିବା ଆର୍କିଟେକ୍ଟମାନଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯିବ। ସେମାନେ ଘରର ଡିଜାଇନ୍ ପ୍ରସ୍ତୁତ କରିବାବେଳେ ସେହି ଅନୁଯାୟୀ, ରଡ୍, ବାଲି, ସିମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରିବେ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ସାଧାରଣତଃ ଘରର ଡିଜାଇନ୍ ପବନ ଲୋଡ୍, ସେସମିକ୍ ଲୋଡ୍, ଡେଡ୍ ଲୋଡ୍ (କାନ୍ଥ) ଏବଂ ଲାଇଭ୍ ଲୋଡ୍ (ବାସ କରିବାକୁ ଥିବା ଲୋକ, ଆସବାବପତ୍ର) ଆଦିକୁ ନେଇ କରାଯାଇଥାଏ। ଏହି ଅନୁଯାୟୀ, କେଉଁ ସାଇଜ୍ର କେତେ ରଡ୍, କେତେ ସିମେଣ୍ଟ, ବାଲି ଏବଂ ଅନ୍ୟାନ୍ୟ ଉପାଦାନ ବ୍ୟବହାର କରାଯିବ ତାହା ଧାର୍ଯ୍ୟ ହୋଇଥାଏ। ଯେଉଁଠି ଏହାକୁ ନଜରରେ ଘର ନିର୍ମାଣ କରାଯାଇଛି ସେଠାରେ ଭୂମିକମ୍ପ ହେଲେ ବିଶେଷ କ୍ଷତି ହେବନି।
ତୀବ୍ରତା ୭ ଧ୍ବଂସ କରିଦେବ
୧୯୮୩ ପୂର୍ବରୁ ସବୁ ସରକାରୀ ବିଲ୍ଡିଂ ବିପଦସଂକୁଳ
ଏହାବାଦ୍ ରାଜଧାନୀରେ ଥିବା ଅଧିକା˚ଶ ସରକାରୀ ବିଲ୍ଡି˚(୧୯୮୩ ମସିହା ପୂର୍ବରୁ) ଭୂକମ୍ପ ପ୍ରତିରୋଧ ବିଲ୍ଡି˚ ନୁହେଁ। ତେଣୁ ଏଗୁଡ଼ିକୁ ସୁଦୃଢ କରିବା ପାଇଁ ପୂର୍ତ୍ତ ବିଭାଗକୁ ସର୍ଭେ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ଏହାପରେ ବିଡିଏ ଯୋଜନା କରି ଏହାର ନିର୍ମାଣ ପାଇଁ ପ୍ଲାନ୍ ଦେଇଥାନ୍ତା। ହେଲେ ସର୍ଭେ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହେଲାନି। ଯେଉଁଥିପାଇଁ ସବୁ ବିଲ୍ଡି˚ ଏବେ ବି ବିପଦସଙ୍କୁଳ ଅବସ୍ଥାରେ ଅଛି।
୨୬ବର୍ଷରେ ଚାରି ଶକ୍ତିଶାଳୀ ଭୂମିକମ୍ପ ଝଟ୍କା
ଗତ ୨୪ବର୍ଷ ମଧୢରେ ଭୁବନେଶ୍ବରକୁ ତିନିଟି ଶକ୍ତିଶାଳୀ ଭୂମିକମ୍ପ ଝଟ୍କା ଲାଗିଲାଣି। ୧୯୮୨ରେ ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୭, ୧୯୮୫ରେ ତୀବ୍ରତା ୫.୪ ଓ ମେ ୨୧, ୨୦୧୪ରେ ତୀବ୍ରତା ୬, ୨୦୧୬, େମ ୧୨ରେ ୭.୩ ତୀବ୍ରତାର ଝଟ୍କା ଲାଗିଥିଲା। ଏଥିରେ ବହୁ ଆପାର୍ଟମେଣ୍ଟ, ସୁଉଚ୍ଚ ବିଲଡି˚ ଓ ମନ୍ଦିରରେ ଫାଟ ସୃଷ୍ଟି ହୋଇଥିଲା। ବର୍ଷକୁ ବର୍ଷ ଭୂକମ୍ପର ତୀବ୍ରତା ବଢିବାରେ ଲାଗିଛି। ଆଉ ମାଗ୍ନିଚ୍ୟୁଡ୍ ତୀବ୍ରତା ୭ର ଭୂକମ୍ପ ଭୁବନେଶ୍ବରକୁ ଧୂଳିସାତ୍ କରିଦେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
କମ୍ ଇଣ୍ଟେନସିଟି ବଞ୍ଚାଇ ଦେଇଛି
ରିକ୍ଟର ସ୍କେଲ୍ରେ ତୀବ୍ରତା ୭ ମାଗ୍ନିଚ୍ୟୁଡ୍ ସହ ଯଦି ୭ରୁ ଅଧିକ ଇଣ୍ଟେନସିଟିର ଭୂମିକମ୍ପ ହେବ ତେବେ ଅନେକ କ୍ଷୟକ୍ଷତି କରିବ। ଭୁବନେଶ୍ବରରେ ୭ ମାଗ୍ନିଚ୍ୟୁଡ୍ର ଭୂମିକମ୍ପ ହୋଇଛି। କିନ୍ତୁ ଇଣ୍ଟେନସିଟି କମ୍ ଥିବାରୁ ରାଜଧାନୀ ଅଳ୍ପକେ ବର୍ତ୍ତି ଯାଇଛି। ଗତ ୨୦୧୬, ମେ ୧୨ରେ ହୋଇଥିବା ଭୂମିକମ୍ପର ତୀବ୍ରତା ୭.୩ ମାଗ୍ନିଚ୍ୟୁଡ୍ ଥିଲା। ଆଉ ଏହାର ଇଣ୍ଟେନସିଟି ୨ ଏମ୍ଏମ୍ଆଇ (ମଡିଫାଏଡ୍ ମରକାଲି ଇଣ୍ଟେନସିଟି) ରହିଥିଲା। ଇଣ୍ଟେନସିଟି କମ୍ ଥିବାରୁ ବିଶେଷ କ୍ଷୟକ୍ଷତି ହୋଇ ନଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା।