ସର୍ବାଧିକ ପଣ୍ୟ କାରବାର ପାଇଁ ପୂର୍ବତଟ ରେଳପଥ ପୁରସ୍କୃତ

ଚନ୍ଦ୍ରଶେଖରପୁର : ୨୦୧୭-୧୮ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ସର୍ବାଧିକ ପଣ୍ୟ କାରବାର କରିଛି। ଏହା ଭାରତୀୟ ରେଳପଥ ଅନ୍ତର୍ଗତ ସମସ୍ତ ରେଳମଣ୍ଡଳ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ। ଏଥିପାଇଁ ଭୋପାଳଠାରେ ଅନୁଷ୍ଠିତ ଜାତୀୟ ରେଳ ସପ୍ତାହ ସମାରୋହ ଅବସରରେ ପୂର୍ବତଟ ରେଳପଥକୁ ସମ୍ବର୍ଧିତ କରାଯାଇଛି। ସେହିପରି ଆକାଉଣ୍ଟ୍‌ସ ଏବଂ ବିତ୍ତ ପରିଚାଳନା କ୍ଷେତ୍ରରେ ମଧ୍ୟ ଉତ୍ତମ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳକୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କଠାରୁ ପୂର୍ବତଟ ରେଳ ମହାପ୍ରବନ୍ଧକ ଉମେଶ ସିଂହ, ପିସିଓଏମ୍‌ ଦେବରାଜ ପଣ୍ଡା, ପ୍ରମୁଖ ବିତ୍ତୀୟ ପରାମର୍ଶଦାତା ରାଜକୁମାର ମାନୋଚ୍‌ ସମ୍ମାନଜନକ ସିଲ୍‌ଡ ଗ୍ରହଣ କରିଥିଲେ। ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର