ପୂର୍ବତଟ ରେଳପଥ ପକ୍ଷରୁ ୬୩ତମ ରେଳ ସପ୍ତାହ ପୁରସ୍କାର ସମାରୋହ

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱରସ୍ଥିତ ରେଳ ପ୍ରେକ୍ଷାଳୟରେ ପୂର୍ବତଟ ରେଳପଥ ପକ୍ଷରୁ ଆଜି ୬୩ତମ ରେଳ ସପ୍ତାହ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ରେଳ କର୍ମଚାରୀମାନଙ୍କୁ ନିଜର କର୍ତବ୍ୟ ପାଳନ ଦିଗରେ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ପୂର୍ବତଟ ରେଳପଥ ମହିଳା ସଂଗଠନର ସଭାପତି ମଧୁଲିତା ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରେଲ୍‌େଓ୍ଵ ବିଭାଗର ବରିଷ୍ଠ ଅଧିକାରୀ ରାଜୀବ ଶର୍ମା, ଏସ୍‌କେ ଦତ୍ତ ଓ ତତ୍ତ୍ୱଦର୍ଶୀ ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ କର୍ମଚାରୀମାନଙ୍କ ମଧ୍ୟରେ ଆନୁଷ୍ଠାନିକ କାର୍ଯ୍ୟ ପ୍ରତି ପ୍ରତିବନ୍ଧିତ ହେବା ନେଇ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅତିଥିମାନେ ପୂର୍ବତଟ ରେଲେଓ୍ଵ ମଣ୍ଡଳ ଅନ୍ତର୍ଗତ ସବୁ ଡିଭିଜନ୍‌ର ଦକ୍ଷ ଓ କୃତୀ କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ପ୍ରମାଣ ପତ୍ର ଓ ସିଲଡ୍‌ ବଣ୍ଟନ କରିଥିଲେ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର