ଇକୋର୍ଗାନ ୨୦୧୮

ଭୁବନେଶ୍ୱର : ସୁରକ୍ଷିତ ଓ ଜୈବିକ ଖାଦ୍ୟ ସମ୍ବନ୍ଧୀୟ ବାତାବରଣ ସୃଷ୍ଟି ଉଦ୍ଦେଶ୍ୟରେ ଦୁଇଦିନିଆ ଅର୍ଗାନିକ୍‌ ଫେୟାର ଅଫ୍‌ ଓଡ଼ିଶା ‘ଇକୋର୍ଗାନ-୨୦୧୮’ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୈବିକ ତଥା ବିନା ସାରଯୁକ୍ତ ଚାଷ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯିବା ସହ ପାରିପାର୍ଶ୍ୱିକ ସ୍ଥିତି ମୁତାବକ ଚାଷର କୌଶଳ ଶିଖାଯାଇଥିଲା।

‘ଲିଭିଙ୍ଗ୍‌ ଫାର୍ମ’ ପକ୍ଷରୁ ଆୟୋଜିତ ଏହି ପର୍ବକୁ ପ୍ରକଳ୍ପ ନିର୍ଦେଶକ ଡ.ଜଗତବନ୍ଧୁ ମହାପାତ୍ର ଉଦ୍‌ଘାଟନ କରି କହିଲେ, ଜୈବିକ ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ପ୍ରମୁଖ ଭୂମିକା ନିଭାଇଥାଏ। ଏଥିସହ ସେ ବାଜରା ଏବଂ ଜଙ୍ଗଲଜାତ ଖାଦ୍ୟର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ରାୟଗଡ଼ାରୁ ଆସିଥିବା ବାଜରା ଏବଂ ଜଙ୍ଗଲଜାତ ଖାଦ୍ୟ ଏହି ଅବସରରେ ପ୍ରଦର୍ଶିତ କରାଯାଇଥିଲା। ଶିବିର ସଂଯୋଜକ ଅଭିଷେକ ଦ୍ୱିବେଦୀ କୃଷିପ୍ରଣାଳୀ ଏବଂ ସ୍କୁଲ୍‌ ନ୍ୟୁଟ୍ରିସନ୍‌ ଗାର୍ଡେନ୍‌ ସମ୍ବନ୍ଧରେ କହିଥିଲେ। ‘ନିଶ୍ୱାସ’ର ପୂଜା କୁମାରୀ ଦେଶୀୟ ପ୍ରଣାଳୀରେ ଚାଷ ସମ୍ବନ୍ଧରେ କହିଥିଲେ। ଏହି ଅବସରରେ ଜୈବିକ ଖାଦ୍ୟର ପ୍ରଦର୍ଶନୀ ସହ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରଦର୍ଶନୀ କରାଯାଇଥିଲା।

ସମ୍ବନ୍ଧିତ ଖବର