ଚଳଚ୍ଚିତ୍ରରେ ‘ବେଟି ବଚାଅ ବେଟି ପଢ଼ାଓ’ ବାର୍ତା

ଇଗ୍‌ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ୍‌-୨୦୧୮

ଚନ୍ଦ୍ରଶେଖରପୁର: ବିଭିନ୍ନ ପ୍ରସଙ୍ଗଭିତ୍ତିକ ଚଳଚ୍ଚିତ୍ର ମାଧ୍ୟମରେ ଆଜିର ସମାଜରେ ନାରୀ ସଶକ୍ତୀକରଣର ବାର୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଇଗ୍‌ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ୍‌-୨୦୧୮ ଅନୁଷ୍ଠିତ ହୋଇଯାଇଛି। ଯୁବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଉତ୍ସାହିତ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ସମସ୍ତଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଲାଇଟ୍‌ ହାଉସ୍‌ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପ୍ରୟାସର ପ୍ରସଙ୍ଗ ରହିଛି ‘ବେଟି ବଚାଅ ବେଟି ପଢ଼ାଓ’। ଏହି ଅବସରରେ ଅନୁଷ୍ଠିତ ଫିଲ୍ମ ଫେଷ୍ଟିଭାଲ୍‌ରେ ଅଭିଷେକ ସ୍ୱାଇଁଙ୍କ ‘ଏ ଡଟର୍ସ ଲେଟର’ ଚଳଚ୍ଚିତ୍ର, କାହାଣୀ ଓ ସିନେମାଟୋଗ୍ରାଫି ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଛି। ଆଜି ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଥିଲା। ସେହିପରି କୌଶିକ ନାଥଙ୍କ ‘ସି ଇଜ୍‌ ମାଇଁ ଡଟର’ ପ୍ରଥମ ରନର୍ସଅପ୍‌ ଓ ଶ୍ରେଷ୍ଠ ସଂପାଦନା ବର୍ଗରେ ପୁରସ୍କୃତ କରାଯାଇଥିଲା। ସନ୍ତୋଷ ପଣ୍ଡାଙ୍କ ‘ବି ଦ ଚେଞ୍ଜ’କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସନ୍ଦୀପ ସାହୁ ଏବଂ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଯୁବ ଚଳଚ୍ଚିତ୍ର ନିର୍ମାତା ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଏହି ଫେଷ୍ଟିଭାଲ୍‌ର ବିଚାରକ ଥିଲେ।

ସମ୍ବନ୍ଧିତ ଖବର