ଭୁବନେଶ୍ବର : ନିର୍ବାଚନକୁ ଆଉ ୧୪ଦିନ ବାକି ରହିଲା। ତେଣୁ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀ ନିଜ ପାଇଁ ଭୋଟ୍‌ ମାଗିବାକୁ କୌଣସି ସୁଯୋଗ ଛାଡ଼ୁନାହାନ୍ତି। ଯେମିତି ହେଉ, ଯାହା ବି ହେଉ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ପ୍ରାର୍ଥୀ ଚାହୁଁଛନ୍ତି। ଏଥିପାଇଁ ଦିନରାତି ଏକ କରି ପ୍ରଚାର କରୁଛନ୍ତି। ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ୍‌ ମାଗିବା ସହ ବିଭିନ୍ନ ସ୍ଥାନରେ ସାଧାରଣ ସଭା କରି ମତଦାତାଙ୍କୁ ଆକୃଷ୍ଟ କରିବାର କୌଣସି ସୁଯୋଗ ଛାଡ଼ୁନାହାନ୍ତି।

Advertisment

ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ‌ର ବିଜେଡି ବିଧ‌ାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ୱାର୍ଡ ୪୫ ଓ ବାପୁଜୀନଗରରେ ଶୋଭାଯାତ୍ରା କରିଥିଲେ। ଘର ଘର ବୁଲି ଲୋକଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କରିଥିଲେ। ଏହାପରେ ୟୁନିଟ-୬, ସହିଦନଗର, ୟୁନିଟ-୯ରେ ସାଧାରଣ ସଭା କରି ସ୍ଥାନୀୟ ଲୋକଙ୍କୁ ସମ୍ବୋଧନ କରିଥିଲେ।

ଅନନ୍ତଙ୍କ ପ୍ରଚାରର ମୁଖ୍ୟ ଏଜେଣ୍ଡା ରହିଛି ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ। ଡ୍ରେନ୍ ସମସ୍ୟା ଯାହା ଅଛି ତାହାର ସମାଧାନ କରିବା ସହ ପ୍ରତ୍ୟେକ ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଦେବାକୁ ବି ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ମିଳୁଥିବା ସୁବିଧା ସୁଯୋଗ ଆଗକୁ କିପରି ଜାରି ରହିବ ସେନେଇ ବି ପ୍ରତିଶ୍ରୁତି ଦେଇଛନ୍ତି। ବିଭିନ୍ନ ଅଞ୍ଚଳରେ ବାକି ଥିବା ବିଭିନ୍ନ କାର୍ଯ୍ୟକୁ ଶେଷ କରିବା ପାଇଁ ତାଙ୍କୁ ଭୋଟ୍‌ ଦେବାକୁ ଅନନ୍ତ ଭୋଟରଙ୍କୁ ଅନୁରୋଧ କରୁଛନ୍ତି।

publive-image

ସେହିପରି ଆଜି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ନୂଆପଲ୍ଲୀ ଓ ବମିଖାଲରେ ଶୋଭାଯାତ୍ରା କରିବା ସହ ସାଧାରଣ ସଭା କରିଛନ୍ତି। ଏହି ସଭାରେ ଶତାଧିକ ମହିଳା ଯୋଗ ଦେଇଥିବାବେଳେ ରାଜ୍ୟ ସରକାର କିପରି କେନ୍ଦ୍ରର ଯୋଜନା ତାଙ୍କ ନିକଟରେ ପହଞ୍ଚାଉନାହାନ୍ତି ତାହାକୁ ପ୍ରଚାର କରିଛନ୍ତି। ଭୁବନେଶ୍ବର ମଧ୍ୟ ଅଞ୍ଚଳର ଉନ୍ନତି ପାଇଁ ତାଙ୍କୁ ହିଁ ଭୋଟ୍‌ ଦେବାକୁ ଜଗନ୍ନାଥ ଭୋଟରଙ୍କୁ ଅନୁରୋଧ କରିଛନ୍ତି।

ଜଗନ୍ନାଥଙ୍କ ଫୋକସ୍‌ରେ ମହିଳା ଓ ଯୁବ ମତଦାତା ରହିଛନ୍ତି। ଆଜି ମହିଳାଙ୍କ ସମାବେଶ ହୋଇଥିବ‌େବଳେ ମଙ୍ଗଳବାର ନୂଆପଲ୍ଲୀ ଅଞ୍ଚଳର ଶତାଧିକ ଯୁବକଙ୍କୁ ନେଇ ଶୋଭାଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

publive-image

ସେହିପରି ଆଜି କଂଗ୍ରେସ ପ୍ରାର୍ଥୀ ରାଜୀବ କୁମାର ପଟ୍ଟନାୟକ ତାଙ୍କ ସମର୍ଥକଙ୍କ ସହ ୟୁନିଟ-୬ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ପ୍ରଚାର କରିଥିଲେ। ସେ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ ଲୋକଙ୍କୁ କହିବା ସହ ତାଙ୍କୁ ଭୋଟ୍‌ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ।