ଶେଷ ହେଲା ନୃତ୍ୟାୟନର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଏ ଧରାପୃଷ୍ଠ ଯେତେବେଳେ ଅଧର୍ମ, ପାପରେ କବଳିତ ହୁଏ, ସେତେବେଳେ ଭଗବାନ ବିଭିନ୍ନ ରୂପରେ ପ୍ରକଟ ହୋଇ ତାଙ୍କର ଭକ୍ତଙ୍କୁ ରକ୍ଷା କରନ୍ତି। ସେମିତି ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ନେଇ ରହିଛି ଅନେକ ପ୍ରଥା ଓ ପରମ୍ପରା। ସୁନାମଧନ୍ୟ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ନିର୍ଦ୍ଦେଶନା ଓ ଗରୁ ରାମହରି ଦାସଙ୍କ ସଙ୍ଗୀତ ନିଦ୍ଦେର୍ଶନାରେ ରବୀନ୍ଦ୍ର ମଣ୍ଡପଠାରେ ପରିବେଷିତ ହୋଇଥିଲା ‘ଗୋପୀନାଥ ଜଗନ୍ନାଥ’। ପ୍ରଭୁ ଗୋପୀନାଥ ବି ଜଗତର ନାଥ ଜଗନ୍ନାଥ ବୋଲି ନୃତ୍ୟାୟନର ସୁନାମଧନ୍ୟ ନୃତ୍ୟଶିଳ୍ପୀମାନେ ତାଙ୍କର ନୃତ୍ୟ ମାଧ୍ୟମରେ ବଖାଣିଛନ୍ତି। ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଦୁର୍ଗା ସ୍ତୁୁତି, ସରସ୍ୱତୀ ବନ୍ଦନା, ବାଟ ଛାଡ଼ ସୁଭଟ ନାଗର, ମୋକ୍ଷ ନୃତ୍ୟ ଏବଂ ଶେଷରେ କୁନି କୁନି ନୃତ୍ୟଶିଳ୍ପୀମାନେ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟାୟନର ୨୬ତମ ବାର୍ଷିକ ଉତ୍ସବର ଶେଷ ଦିନରେ ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଦୂରଦର୍ଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ନୀଳାଦ୍ରି ମୋହନ ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସଙ୍ଗୀତଜ୍ଞ ସୁକାନ୍ତ କୁମାର କୁଣ୍ଡୁଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ରାଧାଶ୍ୟାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର ପଟ୍ଟନାୟକ, ଅର୍ଜୁନ ମୁଦୁଲି, ଚିତ୍ତ ମହାପାତ୍ର, ସତ୍ୟଜିତ ମହାନ୍ତି, ଅସିତ୍‌ ବସୁ ମଲ୍ଲିକ, ଶସଦେବ ସାମଲ ଓ ଧୀରେନ ବେହେରା ପ୍ରମୁଖ ସଂପାଦନା କରିଥିଲେ।

ସମ୍ବନ୍ଧିତ ଖବର