ଇଂଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ଖଣ୍ଡଗିରି: ଶନିବାର ସକାଳେ ସ୍ଥାନୀୟ ବିଭବ ଇଷ୍ଟେଟ୍‌ସ୍ଥିତ ଏକ ମେସ୍‌ରେ ଜଣେ ଇଂଜିନିିୟରିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ପ୍ରଦୀପ୍ତ କୁମାର ମହାନ୍ତିଙ୍କ ପୁଅ ପ୍ରତୀକ(୨୦)। ସେ ଖଣ୍ଡଗିରିସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ମେକାନିକାଲ୍‌ ବିଭାଗର ୩ୟ ବାର୍ଷିକ ଛାତ୍ର ଥିଲେ। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ସୂଚନାନୁସାରେ ଆଜି ସକାଳେ ପ୍ରତୀକ ମେସ୍‌ରେ ଏକୁଟିଆ ଥିବା ଅବସ୍ଥାରେ ବେକରେ ରଶି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। କିନ୍ତୁ ଏହି ସମୟରେ ତାଙ୍କର ସହପାଠୀମାନେ ପହଞ୍ଚି ଯାଇଥିଲେ। ପଡ଼ୋଶୀମାନଙ୍କ ସହଯୋଗରେ ସେମାନେ ତାଙ୍କୁ ଉଦ୍ଧାର କରିି ଭୁବନେଶ୍ୱର ଏମ୍‌ସକୁ ନେଇଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଏମ୍‌ସରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖିଛି। ଏହି ମାମଲାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର