ୟୁରୋ କିଡ୍‌ସ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ବାର୍ଷିକୋତ୍ସବ

ଭୁବନେଶ୍ୱର: ୟୁରୋ କିଡ୍‌ସ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ବାର୍ଷିକୋତ୍ସବ ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପ ପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୟୁରୋ କିଡ୍‌ସ୍‌ ଇଣ୍ଟରନ୍ୟାସ୍‌ନାଲ୍‌ର ଆଞ୍ଚଳିକ ସଂଯୋଜକ ସୋମା ମହାପାତ୍ର, ଶିଶୁ ରୋଗ ବିଶେଷଜ୍ଞ ସୂର୍ଯ୍ୟକାନ୍ତ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କୁନି କୁନି ପିଲାମାନେ ଦେଶର ବିଭିନ୍ନ ରାଜ୍ୟର ପୋଷାକ ପରିଚ୍ଛଦ ପିନ୍ଧି ଭାରତର ପରମ୍ପରା ଓ ସଂସ୍କୃତି ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ଆୟୋଜିତ ନୃତ୍ୟ ଓ ରାଇମ୍‌ସ୍‌ ପ୍ରତିଯୋଗିତା ବେଶ୍‌ ଚିତ୍ତାକର୍ଷକ ଥିଲା। ଏଥିରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାମୟୀ ପରିଡ଼ା ପରିଚାଳନା କରିଥିଲେ। ସୁପୋଜିତ୍‌ ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର