ଦିବ୍ୟାଙ୍ଗଙ୍କୁ ଇଭିଏମ୍‌ରେ ଭୋଟଦାନ ତାଲିମ

ଖଣ୍ଡଗିରି : ଆଜି ବିଶ୍ବ ଭିନ୍ନକ୍ଷମ ଦିବସ ଅବସରରେ ଜଟଣୀ ବ୍ଲକ ପକ୍ଷରୁ ଯାଁଳା ରାଧାଚରଣପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ତାଲିମ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଇଭିଏମ୍‌ରେ ଭୋଟଦାନ ପ୍ରଣାଳୀ ଉପରେ ସେମାନଙ୍କୁ ତାଲିମ୍‌ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଶାନ୍ତିନିବାସର ଅନ୍ତେବାସୀମାନଙ୍କ ସମତେ ବହୁ ଦିବ୍ୟାଙ୍ଗଙ୍କୁ ସାମିଲ୍ କରାଯାଇଥିଲା। ଜଟଣୀ ବ୍ଲକ ଏବିଡିଓ ସୂର୍ଯ୍ୟ ରଥ, ବିଇଓ ସୁନିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ଯାଁଳା, ଗଙ୍ଗପଡ଼ା, ଅଙ୍ଗାରପଡ଼ା ଆଦି ପଞ୍ଚାୟତର ଲୋକ ପ୍ରତିନିଧିମାନଙ୍କ ସହ ବ୍ଲକ୍‌ର ଏବିଇଓ, ବିଆର୍‌ସିସି ଓ ସିଆର୍‌ସିସି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର