ଏଲ୍. ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶାରେ ରେଟିନୋ ବ୍ଲାଷ୍ଟୋମା ସପ୍ତାହ ପାଳିତ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ଏଲ.ଭି.ପି.ଇ.ଆଇ. ପକ୍ଷରୁ ଓଡ଼ିଶାରେ ଚଳିତ ମାସ ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ରେଟିନୋ ବ୍ଲାଷ୍ଟୋମା ସପ୍ତାହ ପାଳନ କରାଯାଇଛି । ରେଟିନୋ ବ୍ଲାଷ୍ଟୋମା ହେଉଛି ଶିଶୁଙ୍କ ମଧ୍ୟରେ ବିଶେଷକରି ଅଳ୍ପ ବୟସ୍କ ଶିଶୁଙ୍କ ମଧ୍ୟରେ ପରିଲକ୍ଷିତ ହେଉଥିବା ଚକ୍ଷୁ କର୍କଟ ବ୍ୟାଧି। ଆନ୍ତର୍ଜାତୀୟ ସ୍ତରରେ ଏହି ସପ୍ତାହ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଚିକିତ୍ସକ ଓ କର୍ମକର୍ତ୍ତାଗଣ ସପ୍ତାହ ବ୍ୟାପୀ ଶିକ୍ଷାମୂଳକ ତଥା ସଚେତନତାଧର୍ମୀ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି । ପ୍ରମୁଖ ରୂପେ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଭୁବନେଶ୍ୱର ସ୍ଥିତ ଏମ.ଟି.ସି. ପରିସରରେ ରୋଗୀ ତଥା ପ୍ରତିଷ୍ଠାନର ଓକୁଲାର ଅଙ୍କୋଲୋଜିଷ୍ଟ୍ ଡକଫର ଦେବଜ୍ୟୋତି ତ୍ରିପାଠୀଙ୍କ ମଧ୍ୟରେ ପରାମର୍ଶମୂଳକ ଆଲୋଚନା ଅନୁଷ୍ଠିତ ହୋଇଥିଲେ ।
ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ରାଜଗାଙ୍ଗପୁର, ରାୟଗଡ଼ା, ବ୍ରହ୍ମପୁର ଓ କେନ୍ଦୁଝରଠାରେ ଅବସ୍ଥିତ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ସହାୟକ କେନ୍ଦ୍ରମାନଙ୍କରେ ମଧ୍ୟ ରୋଗୀ ପରାମର୍ଶ ଓ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ଗୋଷ୍ଠୀ ସମ୍ପ୍ରସାରଣ କର୍ମୀମାନେ ବିଭିନ୍ନ ଗ୍ରାମରେ ସଚେତନତା ସୃଷ୍ଟି କରିବା ସହ ଅଙ୍ଗନଓ୍ୱାଡି କର୍ମୀଙ୍କ ସହଯୋଗରେ ରେଟିନୋ ବ୍ଲାଷ୍ଟୋମା ସମ୍ପର୍କିତ ସତର୍କତା ଶିଶୁମାନଙ୍କ ପରିକଳ୍ପେ ପ୍ରସାରିତ କରିଥିଲେ ।
ରେଟିନୋ ବ୍ଲାଷ୍ଟୋମା ହେଉଛି ଏକ ବିରଳ ପ୍ରକାର କର୍କଟ ରୋଗ ଯାହା ଚକ୍ଷୁର ଆଲୋକ ଚିହ୍ନìଥିବା ତନ୍ତୁ ବା ଚକ୍ଷୁ ପଟଳ (ରେଟିନା)ର ଅପରିପକ୍ୱ କୋଷରୁ ସୃଷ୍ଟି ହୋଇଥାଏ । ବିଶେଷକରି ସ୍ୱଳ୍ପ ବୟସ୍କ ଶିଶୁଙ୍କ ମଧ୍ୟରେ ଏହି କର୍କଟ ରୋଗ ସାଧାରଣତଃ ଦେଖାଯାଇଥାଏ । ଶିଶୁମାନଙ୍କ କ୍ଷେତ୍ରରେ ପରିଲକ୍ଷିତ ୫ଟି ପ୍ରମୁଖ କର୍କଟ ମଧ୍ୟରୁ ଏହା ଅନ୍ୟତମ । ଏଥିରେ ବଞ୍ଚିବା ହାର ଅପେକ୍ଷାକୃତ ଉନ୍ନତ ରାଷ୍ଟ୍ରମାନଙ୍କ ତୁଳନାରେ ଅତିମାତ୍ରାରେ କମ୍ ହୋଇଥିଲେ ମଧ୍ୟ ଆଭ୍ୟନ୍ତରୀଣ ସ୍ତରରେ ଥିବା ବେଳେ ଚିହ୍ନଟ ହେଲେ ଏହାର ଆରୋଗ୍ୟ ହାର ଅତି ମାତ୍ରାରେ ଅଧିକ । ପ୍ରତିବର୍ଷ ରେଟିନୋ ବ୍ଲାଷ୍ଟୋମାରେ ପୀଡ଼ିତ ୨୫ରୁ ୩୦ ରୋଗୀଙ୍କୁ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଭୁବନେଶ୍ୱର ସ୍ଥିତ ଏମ.ଟି.ସି ପରିସରରେ ଓକୁଲାର ଅଙ୍କୋଲୋଜି ପ୍ରଭାଗ ପକ୍ଷରୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।
ସଠିକ ସମୟରେ ରୋଗ ନିରୂପଣ କରାଗଲେ ରେଟିନୋ ବ୍ଲାଷ୍ଟୋମାରୁ ଶତପ୍ରତିଶତ ଆରୋଗ୍ୟଲାଭ କରିହେବ । ଏହି ଚକ୍ଷୁ କର୍କଟ ରୋଗର ବ୍ୟାପକ ଉପଚାର ପାଇଁ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନରେ ଅତ୍ୟାଧୁନିକ ଚିକିତ୍ସା ସେବା ସହ ଉନ୍ନତ ମାନର ପ୍ରଶିକ୍ଷିତ ଚିକିତ୍ସକମାନେ ଉପଲବ୍ଧ ଅଛନ୍ତି ।

ସମ୍ବନ୍ଧିତ ଖବର