ଏହି ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ଏବଂ ଡିସିପି ଅନୁପ ସାହୁ ରେଲେଓ୍ଵ କଲୋନିରେ ପହଞ୍ଚି ତଦନ୍ତ କରିଥିଲେ। ଅପହୃତ ଦୁଇ ପିଲାଙ୍କୁ ଅପରାଧୀଙ୍କ ସମ୍ପର୍କରେ ପଚରାଉଚରା କରିଥିଲେ। ସ୍ପେସାଲ୍ ସ୍କ୍ଵାଡ୍ ଅଧିକାରୀ ସଂଜୀବ ଶତପଥୀ ଓ ସାଇଣ୍ଟିଫିକ୍ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଶେଷ ଖବର ଲେଖା ହେବା ସୁଦ୍ଧା ଲୁଟେରାଙ୍କ ସମ୍ପର୍କରେ କୌଣସି ସୁରାକ୍ ମିଳିନଥିବା ଜଣାପଡ଼ିଛି।
ଚନ୍ଦ୍ରଶେଖରପୁ: ମଞ୍ଚେଶ୍ୱର ରେଲେଓ୍ଵ କଲୋନିରେ ଆଜି ଦେଖିବାକୁ ମିଲିଥିଲା ହିନ୍ଦୀ ଫିଲ୍ମ୍ ‘ସ୍ପେଶାଲ୍ ୨୬’ର ଝଲକ୍। ରେଲେଓ୍ଵ କଲୋନି ପୋଷ୍ଟ ଅଫିସ୍ ନିକଟସ୍ଥ ଟାଇପ୍-୧, ଏନ୍-୪ରେ ରହୁଥିବା ରେଳ କର୍ମଚାରୀ ଜି. ଶ୍ରୀନିବାସ ରାଓଙ୍କ ଘରେ କିଛି ଦୁର୍ବୃତ୍ତ ଭିଜିଲାନ୍ସ ରେଡ୍ ବାହାନାରେ ପ୍ରାୟ ୧୩ ଭରି ସୁନାଗହଣା ଲୁଟି ନେଇଛନ୍ତି। ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିଲେ ହେଁ ଶ୍ରୀ ରାଓଙ୍କ ପତ୍ନୀ ଜି.ରାଧା କୁମାରୀ ସେମାନଙ୍କ ଅସଲ ପରିଚୟ ଜାଣି ପାରିନଥିଲେ। ଦୁର୍ବୃତ୍ତମାନେ ତାଙ୍କ ଘରୁ ପୂରା ଫିଲ୍ମ ଷ୍ଟାଇଲ୍ରେ ରେଡ୍ ପରି ଅବିକଳ ଢ଼ଙ୍ଗରେ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ। ଜବତ ସାମଗ୍ରୀର ଏକ ଚିଠା ମଧ୍ୟ ପ୍ରସ୍ତୁତ କରିଥିଲେ। ଏହି ସମୟରେ ନକଲି ଅଧିକାରୀମାନେ ସମସ୍ତଙ୍କ ମୋବାଇଲ୍ ଓ ଘରେ ଥିବା ଟେଲିଫୋନକୁ ବନ୍ଦ କରି ଦେଇଥିଲେ। ରେଡ୍ ସରିବା ପରେ ଦୁର୍ବୃତ୍ତମାନେ ଗୁରୁତ୍ୱପୂର୍ଣ୍ଣ କାଗଜ ଓ ସୁନା ଭର୍ତି ବ୍ୟାଗ୍କୁ ସାଙ୍ଗରେ ନେଇ ଯାଇଥିଲେ। ଏହାସହ ଶ୍ରୀ ରାଓଙ୍କ ପୁଅ ସୁଦର୍ଶନ ଓ ଝିଅ ଲାବନ୍ୟାଙ୍କୁ ମଧ୍ୟ ବାଇକ୍ରେ ବସେଇ ନେଇ ଯାଇଥିଲେ। ମାତ୍ର ପୁଅ ଝିଅଙ୍କୁ ବାହାନା କରି ସାଥୀରେ ନେଇଯିବା ଓ ଦୁର୍ବୃତ୍ତଙ୍କ କାର୍ଯ୍ୟକଳାପରେ ସନ୍ଦେହ କରି ଏପରି ଭିଜିଲାନସ୍ ରେଡ୍ ଘଟଣା ମିଛ ବୋଲି ହୃଦ୍ବୋଧ କରିଥିଲେ ରାଧାକୁମାରୀ। ସଙ୍ଗେ ସଙ୍ଗେ ସେ ପାଟି କରି ପଡ଼ୋଶୀଙ୍କୁ ଜଣାଇବା ସହ ସ୍ୱାମୀଙ୍କୁ ଫୋନ୍ କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ମଞ୍ଚେଶ୍ୱର ଥାନା ଆଇଆଇସି କୃଷ୍ଣପ୍ରସାଦ ମିଶ୍ର, ଏସିପି ରବୀନ୍ଦ୍ର ନାଥ ଶତପଥୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରଥମେ ଅପହୃତ ଦୁଇ ପିଲାଙ୍କୁ ଠାବ କରିଥିଲା ପୁଲିସ। ଘଟଣାର ପ୍ରାୟ ୨ ଘଣ୍ଟା ପରେ ଅପହୃତ ଝିଅକୁ ମଞ୍ଚେଶ୍ୱର ରେଳଡ଼ବା ମରାମତି କରାଖାନା ନିକଟସ୍ଥ ଏଟିଏମ ଛକ ଓ ପୁଅକୁ ବିଡ଼ିଏ ଓମ୍ଫେଡ଼୍ ଛକରେ ଥିବା ଏକ ଫୁଲ୍ ଦୋକାନ ନିକଟରୁ ଉଦ୍ଧାର କରାଯାଇଥିଲା।
ଲୁଟିନେଲେ ୧୩ ଭରି ସୁନା
ପୁଅ ଝିଅଙ୍କୁ ଅପହରଣ
ଚାରି ଘଣ୍ଟା ପରେ ଛାଡ଼ିଲେ
ଫିଲ୍ମ ଷ୍ଟାଇଲ୍ରେ ଲୁଟିଲେ
ପ୍ରଥମେ ନିଜକୁ ଆରପିଏଫ୍ ଅଧିକାରୀ ଭାବେ ପରିଚୟ ଦେଇ ଦିନ ପ୍ରାୟ ୧୧ଟାରେ ଦୁଇଜଣ ଦୁୁର୍ବୃତ୍ତ ବନ୍ଧୁକ ଧରି ଟାଇପ୍-୧ରେ ରହୁଥିବା କେ. ରାଓଙ୍କ ଘରେ ବଳପୂର୍ବକ ପଶି ଖାନତଲାସ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର କେ. ରାଓଙ୍କ ପତ୍ନୀ ଲୀଳାବତୀ ସେମାନଙ୍କୁ ବିରୋଧ କରିବାରୁ ସେମାନେ ଚାଲି ଯାଇଥିଲେ। ତେବେ ଦିନ ପ୍ରାୟ ସାଢ଼େ ଏଗାରଟା ବେଳେ ଏନ୍-୪ ଘରକୁ ଯାଇ ଭିଜିଲାନ୍ସ ରେଡ୍ର ଜାଲ ବିଛାଇଥିଲେ। ରେଡ୍ ବେଳେ ଅନ୍ୟ ଦୁଇ ଜଣ ଦୁର୍ବୃତ୍ତ ଘର ବାହାରେ ମଧ୍ୟ ଜଗିଥିବା ସ୍ଥାନୀୟ ଲୋକ ଦେଖିଛନ୍ତି। ସ୍ପଷ୍ଟ ଦିବାଲୋକରେ ରାଜଧାନୀରେ ଏପରି କାଣ୍ଡ ଘଟାଇ ଦୁର୍ବୃତ୍ତମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଘଟଣାସ୍ଥଳରେ ବହୁ ବରିଷ୍ଠ ଅଧିକାରୀ ତଦନ୍ତ କରିଥିଲେ ସୁଦ୍ଧା ଆର୍ପିଏଫ୍ ଓ ଜିଆର୍ପିର କୌଣସି ଅଧିକାରୀ ନ ପହଞ୍ଚିବା ସମାଲୋଚନାର ବିଷୟ ହୋଇଛି। ନିକଟରେ ରେଲେଓ୍ଵ କଲୋନିରେ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଅନେକ ଲୁଟ୍ ଓ ସିନ୍ଧି ଚୋରି ଭଳି ଘଟଣା ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/railway-colony-loot1.jpg)