ପ୍ରତିଷ୍ଠିତ ଲୋକମାନେ ନିରୀହଙ୍କ ସ୍ୱର ହୁଅନ୍ତୁ

ଡାକ୍ତର ବୈଦ୍ୟନାଥ ମିଶ୍ର ସ୍ମାରକୀ ବକ୍ତତା ପ୍ରଦାନ କଲେ କିଶଳୟ ଭଟ୍ଟାଚାର୍ଯ୍ୟ, ୩ ଜଣଙ୍କୁ ତପସ୍ୟା ଫାଉଣ୍ଡେସନ୍‌ର ସାହିତ୍ୟ ପୁରସ୍କାର

ଭୁବନେଶ୍ୱର: ଜମ୍ମୁ କଶ୍ମୀରରେ ଆଠବର୍ଷର ବାଳିକା ଆସିଫକୁ ଗଣଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଗଲା। ପଶ୍ଚିମ ଭାରତର ଏକ ରାଜ୍ୟର ଜଣେ ନାବାଳିକାଙ୍କ ମୃତ ଦେହରେ ୮୬ଟି କ୍ଷତଚିହ୍ନ ଦେଖିବାକୁ ମିଳିିଲା। ଏମିତି ଅନେକ ସମସ୍ୟା ଗତି କିଛିଦିନ ହେଲା ଜନମାନସକୁ ଭାରାକ୍ରାନ୍ତ କରି ରଖିଛି। କିନ୍ତୁ ଏହାର ସମାଧାନର ବାଟ ମିଳୁ ନାହିଁ। ତେଣୁ ଲେଖକ, କଳାକାର ଓ ସେଲିବ୍ରିଟି ଆଦି ସମାଜର ପ୍ରତିଷ୍ଠିତ ଲୋକମାନକୁ ଆସିଫ ପରି ଅନେକ ନିରୀହ ଶିଶୁଙ୍କ ଦବି ଯାଇଥିବା ସ୍ୱର ହେବାକୁ ପଡ଼ିବ। ତା’ ହେଲେ ଆମ ଦେଶରେ ଗରିବମାନେ ନ୍ୟାୟ ପାଇପାରିବେ ଓ ସମାଜରେ ସ୍ଥିରତା ଆସିବ। ତପସ୍ୟା ଫାଉଣ୍ଡେସନ୍‌ ପକ୍ଷରୁ ଆଜି ଆୟୋଜିତ ଡାକ୍ତର ବୈଦ୍ୟନାଥ ମିଶ୍ର ସ୍ମାରକୀ ବକ୍ତତା କାର୍ଯ୍ୟକ୍ରମରେ ‘ଶୁଣାଯାଉ ନ ଥିବା ଲୋକଙ୍କ ସ୍ୱର’ ଶୀର୍ଷକ ବକ୍ତତା ପ୍ରଦାନ କରି ଏପରି ମତପ୍ରକାଶ କରିଛନ୍ତି ଦେଶର ଜଣାଶୁଣା ଯୁବ ଲେଖକ କିଶଳୟ ଭଟ୍ଟାଚାର୍ଯ୍ୟ। ହୋଟେଲ ଶୀତଲଠାରେ ଆୟୋଜିତ ଏହି ଉତ୍ସବରେ ୩ଟି ପୁସ୍ତକ ଲୋକାର୍ପିତ ହୋଇଥିଲା। ସେଗୁଡ଼ିକ ହେଲା ବିଭୂତି ଭୂଷଣ ପ୍ରଧାନଙ୍କ ସମସ୍ତ ଗଳ୍ପକୁ ନେଇ ‘ଗଳ୍ପ ସମଗ୍ର’, ଭୀମ ପୃଷ୍ଟିଙ୍କ ଉପନ୍ୟାସ ‘ଜମ୍ବୁଲୋକ’, ନିଖିଳେଶ ମିଶ୍ରଙ୍କ ପ୍ରଥମ କବିତା ପୁସ୍ତକ ‘କେହି ଜଣେ କେଜାଣି କୋଉଠି’। ଅତିଥି ଭାବେ ଯୋଗ ଦେପ୍ରତିଷ୍ଠିତ ଲୋକମାନେ ନିରୀହଙ୍କ ସ୍ୱର ହୁଅନ୍ତୁ
ଡାକ୍ତର ବୈଦ୍ୟନାଥ ମିଶ୍ର ସ୍ମାରକୀ ବକ୍ତତା ପ୍ରଦାନ କଲେ କିଶଳୟ ଭଟ୍ଟାଚାର୍ଯ୍ୟ, ୩ ଜଣଙ୍କୁ ତପସ୍ୟା ଫାଉଣ୍ଡେସନ୍‌ର ସାହିତ୍ୟ ପୁରସ୍କାର

ଭୁବନେଶ୍ୱର: ଜମ୍ମୁ କଶ୍ମୀରରେ ଆଠବର୍ଷର ବାଳିକା ଆସିଫକୁ ଗଣଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଗଲା। ପଶ୍ଚିମ ଭାରତର ଏକ ରାଜ୍ୟର ଜଣେ ନାବାଳିକାଙ୍କ ମୃତ ଦେହରେ ୮୬ଟି କ୍ଷତଚିହ୍ନ ଦେଖିବାକୁ ମିଳିିଲା। ଏମିତି ଅନେକ ସମସ୍ୟା ଗତି କିଛିଦିନ ହେଲା ଜନମାନସକୁ ଭାରାକ୍ରାନ୍ତ କରି ରଖିଛି। କିନ୍ତୁ ଏହାର ସମାଧାନର ବାଟ ମିଳୁ ନାହିଁ। ତେଣୁ ଲେଖକ, କଳାକାର ଓ ସେଲିବ୍ରିଟି ଆଦି ସମାଜର ପ୍ରତିଷ୍ଠିତ ଲୋକମାନକୁ ଆସିଫ ପରି ଅନେକ ନିରୀହ ଶିଶୁଙ୍କ ଦବି ଯାଇଥିବା ସ୍ୱର ହେବାକୁ ପଡ଼ିବ। ତା’ ହେଲେ ଆମ ଦେଶରେ ଗରିବମାନେ ନ୍ୟାୟ ପାଇପାରିବେ ଓ ସମାଜରେ ସ୍ଥିରତା ଆସିବ। ତପସ୍ୟା ଫାଉଣ୍ଡେସନ୍‌ ପକ୍ଷରୁ ଆଜି ଆୟୋଜିତ ଡାକ୍ତର ବୈଦ୍ୟନାଥ ମିଶ୍ର ସ୍ମାରକୀ ବକ୍ତତା କାର୍ଯ୍ୟକ୍ରମରେ ‘ଶୁଣାଯାଉ ନ ଥିବା ଲୋକଙ୍କ ସ୍ୱର’ ଶୀର୍ଷକ ବକ୍ତତା ପ୍ରଦାନ କରି ଏପରି ମତପ୍ରକାଶ କରିଛନ୍ତି ଦେଶର ଜଣାଶୁଣା ଯୁବ ଲେଖକ କିଶଳୟ ଭଟ୍ଟାଚାର୍ଯ୍ୟ। ହୋଟେଲ ଶୀତଲଠାରେ ଆୟୋଜିତ ଏହି ଉତ୍ସବରେ ୩ଟି ପୁସ୍ତକ ଲୋକାର୍ପିତ ହୋଇଥିଲା। ସେଗୁଡ଼ିକ ହେଲା ବିଭୂତି ଭୂଷଣ ପ୍ରଧାନଙ୍କ ସମସ୍ତ ଗଳ୍ପକୁ ନେଇ ‘ଗଳ୍ପ ସମଗ୍ର’, ଭୀମ ପୃଷ୍ଟିଙ୍କ ଉପନ୍ୟାସ ‘ଜମ୍ବୁଲୋକ’, ନିଖିଳେଶ ମିଶ୍ରଙ୍କ ପ୍ରଥମ କବିତା ପୁସ୍ତକ ‘କେହି ଜଣେ କେଜାଣି କୋଉଠି’। ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କଥାକାର ଗୌରହରି ଦାସ ‘ଗଳ୍ପ ସମଗ୍ର’ ପୁସ୍ତକ ଉପରେ ଆଲୋଚନା କରି କହିଥିଲେ, ମଣିଷ ସଂପର୍କରେ ଶେଷ କଥାଟି ହେଉଛି ସେ ପାଉଁଶ କିମ୍ବା ଧୂଳି ପାଲଟି ଶେଷରେ ଗପଟିଏ ହେବ। ଯେତେ ବଡ଼ ଜୀବନଟିଏ ହେଲେ ମଧ୍ୟ ଏହା ନିଶ୍ଚିତ ସରିଯିବ ଓ ଶେଷରେ ଗପଟିଏ ହେବ। ଏହା ମଣିଷର ଭାଗ୍ୟ। ବିଭୂତି ଭୂଷଣ ପ୍ରଧାନଙ୍କ ଏହି ବହିରେ ସେମିତି କିଛି ଗଳ୍ପ ଅଛି, ଯାହାକୁ ଲେଖିବା ବହୁତ କଷ୍ଟକର। ସେ ନିଜ ଅଙ୍ଗେ ନିଭେଇଥିବା କଥାକୁ ଗଳ୍ପ ମାଧ୍ୟମରେ ପରିପ୍ରକାଶ କରିଛନ୍ତି, ଯାହା କି ତାଙ୍କ ଗଳ୍ପର ଏକ ବୈଶିଷ୍ଟ୍ୟ। ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନ ‘ଜମ୍ବୁଲୋକ’ ପୁସ୍ତକ ଉପରେ ଆଲୋଚନା କରି କହିଲେ, ସ୍ମୃତିଠାରୁ ମୂଲ୍ୟବାନ ଆଉ କିଛି ନାହିଁ। ଆଖିର ଲୁହଠାରୁ ବଳି ସମ୍ପତ୍ତି କିଛି ନାହିଁ। ଏହି ସମ୍ପର୍କକୁ ନେଇ ହିଁ ସାହିତ୍ୟର ସୃଷ୍ଟି। ସେହିଭଳି ‘କେହି ଜଣେ କେଜାଣି କୋଉଠି’ ପୁସ୍ତକ ବିଷୟରେ ସମ୍ୟକ ସୂଚନା ଦେଇ ଯୁବ ଲେଖକ ଶକ୍ତି ମହାନ୍ତି କହିଥିଲେ, କବିତା ମାଧ୍ୟମରେ ପ୍ରଶ୍ନ ପଚାରିବାର ସ୍ୱାଧୀନତା ମିଳିଥିବାରୁ କବିତା ଆମକୁ ନିର୍ଭୀକ କରିବାରେ ସାହାଯ୍ୟ କରେ।

ଏହି ଅବସରରେ ଭୀମ ପୃଷ୍ଟିଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ପରଲୋକଗତ ସାହିତ୍ୟିକ ବିଭୂତି ଭୂଷଣ ପ୍ରଧାନଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’ ଓ ଯୁବଲେଖକ ନିଖିଳେଶ ମିଶ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପ୍ରଦାନ କରାଯାଇଥିଲା। ଜୁଲି ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଲେଖିକା ହିରଣ୍ମୟୀ ମିଶ୍ର ଏବଂ ତପସ୍ୟା ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତପନ ପଣ୍ଡା ଅତିଥି ପରିଚୟ ଦେଇଥିଲେ। ଲେଖିକା ଚିରଶ୍ରୀ ଇନ୍ଦ୍ରସିଂହ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ମାନପତ୍ର ପାଠ କରିଥିଲେ। ସାମ୍ବାଦିକ ସନ୍ଦୀପ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକାର୍ପିତ ପୁସ୍ତକଗୁଡ଼ିକର ପ୍ରକାଶକ ପଶ୍ଚିମା ପବ୍ଲିକେସନ୍‌ ଅଧ୍ୟକ୍ଷ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଇ ବିଶିଷ୍ଟ କଥାକାର ଗୌରହରି ଦାସ ‘ଗଳ୍ପ ସମଗ୍ର’ ପୁସ୍ତକ ଉପରେ ଆଲୋଚନା କରି କହିଥିଲେ, ମଣିଷ ସଂପର୍କରେ ଶେଷ କଥାଟି ହେଉଛି ସେ ପାଉଁଶ କିମ୍ବା ଧୂଳି ପାଲଟି ଶେଷରେ ଗପଟିଏ ହେବ। ଯେତେ ବଡ଼ ଜୀବନଟିଏ ହେଲେ ମଧ୍ୟ ଏହା ନିଶ୍ଚିତ ସରିଯିବ ଓ ଶେଷରେ ଗପଟିଏ ହେବ। ଏହା ମଣିଷର ଭାଗ୍ୟ। ବିଭୂତି ଭୂଷଣ ପ୍ରଧାନଙ୍କ ଏହି ବହିରେ ସେମିତି କିଛି ଗଳ୍ପ ଅଛି, ଯାହାକୁ ଲେଖିବା ବହୁତ କଷ୍ଟକର। ସେ ନିଜ ଅଙ୍ଗେ ନିଭେଇଥିବା କଥାକୁ ଗଳ୍ପ ମାଧ୍ୟମରେ ପରିପ୍ରକାଶ କରିଛନ୍ତି, ଯାହା କି ତାଙ୍କ ଗଳ୍ପର ଏକ ବୈଶିଷ୍ଟ୍ୟ। ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନ ‘ଜମ୍ବୁଲୋକ’ ପୁସ୍ତକ ଉପରେ ଆଲୋଚନା କରି କହିଲେ, ସ୍ମୃତିଠାରୁ ମୂଲ୍ୟବାନ ଆଉ କିଛି ନାହିଁ। ଆଖିର ଲୁହଠାରୁ ବଳି ସମ୍ପତ୍ତି କିଛି ନାହିଁ। ଏହି ସମ୍ପର୍କକୁ ନେଇ ହିଁ ସାହିତ୍ୟର ସୃଷ୍ଟି। ସେହିଭଳି ‘କେହି ଜଣେ କେଜାଣି କୋଉଠି’ ପୁସ୍ତକ ବିଷୟରେ ସମ୍ୟକ ସୂଚନା ଦେଇ ଯୁବ ଲେଖକ ଶକ୍ତି ମହାନ୍ତି କହିଥିଲେ, କବିତା ମାଧ୍ୟମରେ ପ୍ରଶ୍ନ ପଚାରିବାର ସ୍ୱାଧୀନତା ମିଳିଥିବାରୁ କବିତା ଆମକୁ ନିର୍ଭୀକ କରିବାରେ ସାହାଯ୍ୟ କରେ।

ଏହି ଅବସରରେ ଭୀମ ପୃଷ୍ଟିଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ପରଲୋକଗତ ସାହିତ୍ୟିକ ବିଭୂତି ଭୂଷଣ ପ୍ରଧାନଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’ ଓ ଯୁବଲେଖକ ନିଖିଳେଶ ମିଶ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପ୍ରଦାନ କରାଯାଇଥିଲା। ଜୁଲି ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଲେଖିକା ହିରଣ୍ମୟୀ ମିଶ୍ର ଏବଂ ତପସ୍ୟା ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତପନ ପଣ୍ଡା ଅତିଥି ପରିଚୟ ଦେଇଥିଲେ। ଲେଖିକା ଚିରଶ୍ରୀ ଇନ୍ଦ୍ରସିଂହ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ମାନପତ୍ର ପାଠ କରିଥିଲେ। ସାମ୍ବାଦିକ ସନ୍ଦୀପ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକାର୍ପିତ ପୁସ୍ତକଗୁଡ଼ିକର ପ୍ରକାଶକ ପଶ୍ଚିମା ପବ୍ଲିକେସନ୍‌ ଅଧ୍ୟକ୍ଷ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର