ଓଡ଼ିଶାକୁ ବାରମ୍ବାର ଆସିବାକୁ ମନ: ଫରହାନ୍‌

ଭୁବନେଶ୍ୱର: ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଅବସରରେ ବଲିଉଡ୍‌ ଅଭିନେତା, ନିର୍ଦେଶକ ତଥା ଗାୟକ ଫରହାନ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସାୟରୀ, ଗଜଲ ବ୍ୟତୀତ ଲୋକପ୍ରିୟ ହିନ୍ଦୀ ଫିଲ୍ମରେ କଣ୍ଠଦାନ କରି ଯୁବପିଢ଼ିଙ୍କୁ ମତୁଆଲା କରିଥିବା ଫରହାନ୍‌ଙ୍କୁ ଏହି ଅବସରରେ ଭେଟିବାର ସୁଯୋଗ ପାଇଥିଲେ ଆମ ପ୍ରତିନିଧି।

ଓଡ଼ିଶାକୁ ଆପଣ କେତେ ଭଲ ପାଆନ୍ତି?
ଓଡ଼ିଶାର ଲୋକମାନେ ବହୁତ ଭଲ ଲାଗନ୍ତି। ଏଠାକାର ପରିଷ୍କାର ପରିଚ୍ଛନ୍ନ ପରିବେଶ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନସ୍ଥଳୀ ବାରମ୍ବାର ଆକର୍ଷଣ କରେ। ବାରମ୍ବାର ଶ୍ରୀଜଗନ୍ନାଥଙ୍କୁ ଦେଖା କରିବାକୁ ଇଚ୍ଛା ହୁଏ। ଓଡ଼ିଶାର କାହାଣୀକୁ ନେଇ ପ୍ରାମାଣିକ ଚଳଚ୍ଚିତ୍ର କରିବାକୁ ମଧ୍ୟ ବହୁତ ଇଚ୍ଛା। ଏନେଇ ଭଲ ପ୍ରଯୋଜକ ଖୋଜୁଛି, ଆବଶ୍ୟକ ପଡ଼ିଲେ ଓଡ଼ିଶା ଆସି ଫିଲ୍ମ ସୁଟିଂ କରିବି। ଓଡ଼ିଆ ଚଳଚ୍ଚିତ୍ରରେ ସୁଯୋଗ ପାଇଲେ ନିଶ୍ଚୟ କାମ କରିବି।

ଆଗାମୀ ଦିନରେ ଆପଣଙ୍କ ଚଳଚ୍ଚିତ୍ରକୁ ନେଇ କ’ଣ ଯୋଜନା ରହିଛି?
ସେମିତି କିଛ ଯୋଜନା ନାହିଁ। ତଥାପି ନିକଟରେ ମୋର ଦୁଇଟି ଚଳଚ୍ଚିତ୍ର ସୁଟିଂ ହେବାକୁ ଯାଉଛି। ସେଥିରେ ଜୋୟା ମୋର ନାୟିକା ହେବେ। ସୁଯୋଗ ପାଇଲେ ଡନ୍‌-୩ରେ ଅଭିନୟ କରିବି। ଏବେ କେବଳ ସର୍ଟ୍‌ ଫିଲ୍ମ ଓ କିଛି ମ୍ୟୁଜିକ୍‌ ଆଲବମ୍‌ ପ୍ରସ୍ତୁତି ଚାଲିଛି। କିଛିଟା ନୂଆ ଓ ଅଲଗା ଧରଣର କାହାଣୀ ଖୋଜୁଛି।

ମାୟାନଗରୀରେ କାଷ୍ଟିଂ କାଉଚ୍‌କୁ ନେଇ ଆପଣଙ୍କ ମତ କ’ଣ?
ମୁଁ ଯେଉଁ କମ୍ପାନି ସହିତ ଚୁକ୍ତିକରି କାର୍ଯ୍ୟ କରୁଛି ସେଠାରେ ସେମିତି କିଛି ହୁଏନାହିଁ। ହେଲେ ଏହା ସତ ଯେ, ମୁମ୍ବାଇ ମାୟାନଗରୀରେ ଏମିତି କାଷ୍ଟିଂ କାଉଚ୍‌ ଘଟଣା ଘଟୁଛି। ତେବେ ଯେଉଁ କଳାକାରମାନେ ଏହାର ଶିକାର ହେଉଛନ୍ତି ସେମାନେ ସ୍ୱର ଉଠାଇବା ଦରକାର। ଫଳରେ ସଟ୍‌କଟ୍‌ ବାଟ ଖୋଜୁଥିବା କଳାକାର ଓ ପ୍ରଯୋଜକ ଉଭୟଙ୍କୁ ନୂଆ ଶିକ୍ଷା ମିଳିବ। କାଷ୍ଟିଂ କାଉଚ୍‌ନେଇ ନବାଗତମାନେ ପ୍ରଥମେ ଅଭିଯୋଗ କରୁଥିଲେ କିନ୍ତୁ ଏବେ କିଛି ପୁରୁଣା କଳାକାର ମଧ୍ୟ ଅଭିଯୋଗ କଲେଣି।

ସମ୍ବନ୍ଧିତ ଖବର