ହସ୍ତତନ୍ତର ପ୍ରଚାର ପାଇଁ ପ୍ରୟାସ ପକ୍ଷରୁ ନୂଆଦିଲ୍ଲୀରେ ଫେସନ୍ ସୋ’

ଭୁବନେଶ୍ବର: ଓଡ଼ିଶା ହସ୍ତତନ୍ତର ପ୍ରଚାର, ପ୍ରସାର ତଥା ବୁଣାକାରଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ବେଚ୍ଛାସେବୀ ସଂସ୍ଥା ‘ପ୍ରୟାସ’ ପକ୍ଷରୁ ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍ କ୍ଲବ୍‌ରେ ଏକ ଫେସନ୍ ସୋ କାର୍ଯ୍ୟକ୍ରମ ‘ୱେଭ୍’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭି ଗୋପାଳ ଗୌଡ଼, ସମ୍ମାନିତ ଅତିଥି ଭାବେ ସାଂସଦ ଅନୁଭବ ମହାନ୍ତି, ଆନ୍ଧ୍ରପ୍ରଦେଶର ସାଂସଦ ମାର୍ଗନି ଭାରତ, ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଓ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏସ୍ କେ ବର୍ମା ଯୋଗ ଦେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ରୋଜାଲିନ ପାଟ୍ଟଶାଣୀ ମିଶ୍ର ଓ ନିର୍ଦ୍ଦେଶକ ସମ୍ବିତ ସାମଲ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିସରରେ ଓଡ଼ିଶାର ବୁଣାକାରମାନେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନ ସହ ବିକ୍ରୟ କରିଥିଲେ।

ସମ୍ବନ୍ଧିତ ଖବର