ପ୍ରଥମ ବରିଷ୍ଠ ନାଗରିକ ମହୋତ୍ସବ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର: ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଦୁର୍ଗା ପଡ଼ିଆରେ ପ୍ରଥମ ବରିଷ୍ଠ ନାଗରିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମହାସଂଘର ସଭାପତି ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଜେଡି ନେତା ସୁବାସ ସିଂ, ବରିଷ୍ଠ ଶିକ୍ଷାବିତ୍‌ ବିଜୟ କୁମାର ଦାସ, ହେଲ୍‌ପ-ଏଜ୍‌ ଇଣ୍ଡିଆର ବରିଷ୍ଠ ଅଧିକାରୀ ଭାରତୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ମହାସଂଘର ସାଧାରଣ ସଂପାଦକ ଯୁଗଳ କିଶୋର ସାହୁଙ୍କ ସମେତ ନିରଞ୍ଜନ ବାରିକ, ମଦନ ମୋହନ ଭୂୟାଁ, ସମରେନ୍ଦ୍ର ସାହୁ, ବିଜୟ ପାତ୍ର, ଇଂ. ଦିଲ୍ଲୀପ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ ଗୁରୁବାର ଜୟଦେବ ଭବନରେ ଅନୁଷ୍ଠିତ ହେବା ନେଇ ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ୫୦୦ରୁ ଊର୍ଧ୍ୱ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଟ୍ରାଓ ଗ୍ରୁପ୍‌ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର