ହୋଟେଲରେ ମଦ ବେପାର, ବାପ-ପୁଅ ଗିରଫ

ଖଣ୍ଡଗିରି : ବରମୁଣ୍ଡା ବସ୍‌ଷ୍ଟାଣ୍ଡସ୍ଥିତ ଏକ ହୋଟେଲରେ ବିଦେଶୀ ମଦ ଚୋରା କାରବାର କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ବାପ-ପୁଅଙ୍କୁ ଗିରଫ କରିଛି। ସେମାନେ ହେଲେ, ହୋଟେଲ ମହାବୀରର ମାଲିକ ପ୍ରମୋଦ କୁମାର ସାହୁ ଓ ତାଙ୍କ ପୁଅ ରାଜକୁମାର। ପୁଲିସ ସୂଚନାନୁସାରେ, ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥିବା କିଛି ହୋଟେଲରେ ଚୋରା ମଦ କାରବାର ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିବାରୁ ପୁଲିସ ଆଜି ସକାଳେ ଚଢ଼ଉ କରିଥିଲା। ହୋଟେଲ ମହାବୀର ମାଲିକ ପ୍ରମୋଦ ବଡ଼ ଚତୁରତାର ସହ ମଦ ବୋତଲଗୁଡ଼ିକୁ ହୋଟେଲ ବାହାରେ କାନ୍ଥ କଡ଼ରେ ଲୁଚାଇ ରଖି ବ୍ୟବସାୟ ଚଳାଉଥିଲା। ଚଢ଼ଉ ବେ‌ଳେ ପୁଲିସ ବିଭିନ୍ନ ବ୍ରାଣ୍ଡର ବିଅର୍ ଓ ବିଦେଶୀ ମଦ ଜବତ କରିଥିଲା। ଜବତ ମଦର ପରିମାଣ ପ୍ରାୟ ୬୨ ଲିଟର ବୋଲି କୁହାଯାଇଛି। ସେହିଭଳି ଆଇଗିଣିଆ ପେଟ୍ରୋଲ ପମ୍ପ ନିକଟରୁ ସତ୍ୟେନ୍ଦ୍ର ଯାଦବ ନାମକ ଜଣେ ଚୋରା ଦେଶୀ ମଦ ବେପାରୀକୁ ଗିରଫ କରାଯାଇଛି। ତା’ ନିକଟରୁ ୪୦ ବୋତଲ ଆସ୍କା-୪୦ ଜବତ କରାଯାଇଛି।

ସମ୍ବନ୍ଧିତ ଖବର