ଲଣ୍ଡନରେ ଓଡ଼ିଆ ଡାକ୍ତରଙ୍କ କୃତିତ୍ୱ

ଭୁବନେଶ୍ୱର : ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ବୀଣାପାଣି ପଣ୍ଡାଙ୍କୁ ଲଣ୍ଡନସ୍ଥିତ ରୟାଲ୍‌ କଲେଜ ଅଫ୍‌ ଅବଷ୍ଟେଟ୍ରିକ୍ସିଆନ୍‌ ଆଣ୍ଡ ଗାଇାନକୋଲଜିଷ୍ଟର୍‌ ବିଶ୍ୱ କଂଗ୍ରେସ-୨୦୧୭ ଦ୍ୱାରା ଆୟୋଜିତ ଏକ ବିଶେଷ ସମାରୋହରେ ଫୋଲୋସିପ୍‌ ଉପାଧିରେ ସମ୍ମାନିତ କରାଯାଇଛି। ସ୍ତ୍ରୀ ରୋଗ ଓ ମହିଳାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ରୟାଲ୍‌ କଲେଜ ପକ୍ଷରୁ ଏହି ସମ୍ମାନ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଦିଆଯାଇଥାଏ। ଏପରି ସମ୍ମାନ ଲାଭ କରି ଡା. ପଣ୍ଡା ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏ ନେଇ ଭୁବନେଶ୍ୱର ଗାଇନିକ୍‌ ଓ ଅବ୍‌ଷ୍ଟେଟ୍ରିକ୍ସ ସୋସାଇଟି ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର