ମାଙ୍କଡ଼ା ପଥର ଓ ବାଲି ଚୋରା ଚାଲାଣ : ୩ ଗାଡ଼ିରୁ ୧,୨୭,୫୦୦ ଟଙ୍କା ଜରିମାନା ଆଦାୟ

ମେଣ୍ଢାଶାଳ : ଚନ୍ଦକା ଥାନା ଅଞ୍ଚଳରେ ବେଆଇନ ଭାବେ ମାଙ୍କଡ଼ା ପଥର ଓ ବାଲି ଚାଲାଣ କରୁଥିବା ୨ଟି ହାଇୱା, ୨ଟି ଟ୍ରକ ଓ ଗୋଟିଏ ୪୦୭କୁ ଆଜି ଜବତ କରି ମେଣ୍ଢାଶାଳ ଫାଣ୍ଡିରେ ରଖାଯାଇଥିଲା। ସମ୍ପୃକ୍ତ ଗାଡ଼ିଗୁଡ଼ିକ ମଧ୍ୟରୁ ଗୋଟିଏ ହାଇୱା ଓ ଗୋଟିଏ ଟ୍ରକଠାରୁ ୫୧ ହଜାର ଟଙ୍କା ଲେଖାଏ ଓ ଗୋଟିଏ ୪୦୭ରୁ ୨୫,୫୦୦ ଟଙ୍କା ଜରିମାନା ଆଦାୟ କରି ଛଡ଼ା ଯାଇଛି। ଅନ୍ୟ ଗାଡ଼ିଗୁଡ଼ିକୁ ମେଣ୍ଢାଶାଳ ଫାଣ୍ଡିରେ ଅଟକ ରଖାଯାଇଛି। ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ତହସିଲଦାର ସମ୍ବିତ କୁମାର ଗଡ଼ନାୟକ ଓ ତାଙ୍କ ଟିମ୍‌ କଣ୍ଟାବାଡ଼ଠାରୁ ମେଣ୍ଢାଶାଳ ଛକ ମଧ୍ୟରେ ଚଢ଼ଉ କରି ଗାଡ଼ିଗୁଡ଼ିକୁ ଧରିଥିଲେ।

ସମ୍ବନ୍ଧିତ ଖବର