କପଡ଼ା ଗୋଦାମ୍‌ରେ ଅଗ୍ନିକାଣ୍ଡ

ଜଳିଗଲା ଲକ୍ଷାଧିକ ଟଙ୍କାର ପୋଷାକ

ଚନ୍ଦ୍ରଶେଖରପୁର: ଚନ୍ଦକା ଶିଳ୍ପାଞ୍ଚଳ ଏଫ୍‌-୬ରେ ଥିବା ଏକ କପଡ଼ା ଗୋଦାମରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଘଟିଥିବା ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କପଡ଼ା ଜଳିଯାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ଶିକାର ହୋଇଥିବା ଏସ୍‌ ଏନ୍‌ ଗାର୍ମେଣ୍ଟ୍‌୍‌ରେ ପ୍ରାୟ ୧୧୦୦ରୁ ଊର୍ଧ୍ୱ ପୋଷାକ ଜଳିଯାଇଛି। ଯାହାର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଗୋଦାମ ବନ୍ଦ ଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଗୋଦାମ କର୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପ୍ରବଳ ଧୂଆଁ ଯୋଗୁ ଭିତରକୁ ପଶିପାରି ନଥିଲେ। ତେବେ ବହୁ କଷ୍ଟରେ ଗୋଦାମ କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ କରିଥିଲେ। ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର