ଭୁବନେଶ୍ୱର: ରୁଚିକା ମାର୍କେଟରେ ଅଗ୍ନିକାଣ୍ଡ, ୨ ଦୋକାନ ଭସ୍ମ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡସ୍ଥିତ ରୁଚିକା ମାର୍କେଟରେ ମଙ୍ଗଳବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିବାରୁ ୨ଟି ଦୋକାନ ସଂପୂର୍ଣ୍ଣ ଜଳି ଯାଇଛି। ସୂଚନା ଅନୁସାରେ ଦୋକାନ ୨ଟିରେ ହଠାତ ନିଅାଁ ଲାଗିବାରୁ ହୁତୁ ହୁତୁ ହୋଇ ଜଳି ଉଠିଥିଲା। ଅଳ୍ପ ସମୟ ମଧ୍ୟରେ ଜିନିଷପତ୍ର ଗୁଡ଼ିକ ଜଳି ଯାଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ନିଅାଁ ଲିଭାଇବାକୁ ଉଦ୍ୟମ କରିଥିଲେ। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର