ଭୁବନେଶ୍ବର ନ୍ୟୁ-ଷ୍ଟେସନ୍‌ ନିକଟରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍ ସାମଗ୍ରୀ ଜଳିଗଲା

ବାରଙ୍ଗ : ଭୁବନେଶ୍ବର ନ୍ୟୁ-ରେଳ ଷ୍ଟେସନ୍‌ରୁ ପଦାସାହି ଗଡ଼ା ମଧ୍ୟରେ ଥିବା ରେଳ ଧାରଣା ପାର୍ଶ୍ବ‌ରେ ଆଜି ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍‌ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ରେଲୱେ ପକ୍ଷରୁ ରଖାଯାଇଥିବା ପ୍ଲାଷ୍ଟିକ୍ ପାଇପ୍ ଓ କେବୁଲ ତାରରେ ନିଆଁ ଲାଗି ଯିବାରୁ ଏହା ଭୟଙ୍କର ଭାବେ ବ୍ୟାପିଥିଲା। ଆଖପାଖର ପ୍ରାୟ ଏକ ଏକର ଜାଗାକୁ ନିଆଁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରଙ୍ଗ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ସେତେବେଳକୁ ପ୍ଲାଷ୍ଟିକ୍ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ନିଆଁ ଲଗିବାର କାରଣ ଜଣା ପଡ଼ିନଥିବା ବେଳେ ବିଡ଼ି କିମ୍ବା ସିଗାରେଟ୍‌ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର