ଦାରୁଠେଙ୍ଗ ଅଳିଆଗଦାରେ ନିଆଁ

ଚନ୍ଦ୍ରଶେଖରପୁର: ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦାରୁଠେଙ୍ଗ ଅଳିଆ ଗଦାରେ ନିଆଁ ଲଗାଇ ଦେବାରୁ ଦାରୁଠେଙ୍ଗ, ଚନ୍ଦକା, ଅଳଶୁଆ ଓ ଏହାର ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଏ ସଂପର୍କରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଶନିବାର ସକାଳେ ୨୦ରୁ ଅଧିକ ଟ୍ୟାଙ୍କର୍‌ ପାଣି ଓ ଗୋଟିଏ ପ୍ଲାଟୁନ୍ ଅଗ୍ନିଶମ କର୍ମଚାରୀଙ୍କ ସହାୟତା‌ରେ ନିଆଁକୁ ଆୟତ୍ତ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦାରୁଠେଙ୍ଗ ଅଳିଆ ଗଦାରେ ଅଳିଆ ପକାଇବା ନେଇ ବାରମ୍ବାର ବିରୋଧ ହୋଇଆସୁଛି। କିନ୍ତୁ ପ୍ରତିଦିନ ସହର ଭିତର ଗଦାଗଦା ଅଳିଆ ଏଠାରେ ପକା ଯାଉଛି। ଅନ୍ୟପକ୍ଷରେ ଭୁବନେଶ୍ବର ମହାନଗର ନିଗମ ସ୍ବେରେଜ ମଇଳା ପାଣି ଗାଡ଼ି ମଧ୍ୟ ଉକ୍ତ ଖଣ୍ଡିରେ ମଇଳା ପାଣି ଛାଡ଼ୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଥିବା ଭୂତଳ ପାଣିରୁ ଦୁର୍ଗନ୍ଧ ବାହାରୁଛି। ଏପରି ସମସ୍ୟା ନେଇ ବାରମ୍ବାର ବିରୋଧ କରାଯାଉଥିବା ବେଳେ ଅଳିଆ ଗଦାରେ ନିଆଁ ଲାଗି ପ୍ରବଳ ଧୂଆଁ ବାହାରିବା ଆଉ ଏକ ବଡ଼ ସମସ୍ୟା ମୁଣ୍ଡ ଟେକିଛି।

ସମ୍ବନ୍ଧିତ ଖବର