ଦୁଇ ଏକର ଜଙ୍ଗଲ ଜଳିଗଲା

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ଧବଳାହାର ମୌଜାରେ ଥିବା ବଇଁଚୁଆ ଗ୍ରାମର କୀର୍ତ୍ତନ ସାହୁଙ୍କର ପ୍ରାୟ ୨ ଏକର ପରିମିତ ଜଙ୍ଗଲରେ ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ନଷ୍ଟ ହୋଇଯାଇଛି। ଖବର ପାଇ ବାଲିଅନ୍ତା ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପୁରୀ ମୁଖ୍ୟ କେନାଲରୁ ପାଣି ଉଠାଇ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଶ୍ରୀ ସାହୁଙ୍କର ଲକ୍ଷାଧିକ ଟଙ୍କାର ଆକାଶିଆ ଓ ଚାଖୁଣ୍ଡା ଗଛ ଜଳିଯାଇଛି। କେହି ଅସାମାଜିକ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ନେଇ ଆଲୋଚନା ହେଉଛି। ସେହିପରି ସନ୍ଧ୍ୟାରେ ବାଳକାଟି ରେଞ୍ଜ ଅଫିସ ନର୍ସରି ଓ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ବାଲିଅନ୍ତା ଅଗ୍ନିଶମ ବିଭାଗର ୨ଟି ଗାଡ଼ି ପହଞ୍ଚିଲା ବେଳକୁ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ।

ସମ୍ବନ୍ଧିତ ଖବର