ଦିନରେ ଘଣ୍ଟାଏ ଜିମ୍‌, ଓ୍ଵାର୍କ ଆଉଟ କରେ: ଅଂଶୁମାନ୍‌

ଶ୍ରୀଜଗନ୍ନାଥ, ସମୟ ବଡ଼ ବଳବାନ୍‌ ଓ ଅନେକ ବଙ୍ଗାଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଂଶୁମାନ କୁହନ୍ତି ଆଜିକାଲି ଯେଉଁ ଭଳି ଭାବେ ରୋଗ ମଣିଷକୁ ମାଡ଼ି ବସିଲାଣି ଫିଟ୍‌ ରହିବା ନିହାତି ଦରକାର। ଫିଟ୍‌ ରହିଲେ ମନ ସ୍ଥିର ରହିବ ଓ କୌଣସି ରୋଗ ହେବ ନାହିଁ । ଦିନ ଓ ରାତି ମିଶି ଆମ ପାଖରେ ୨୪ ଘଣ୍ଟା ସମୟ ରହୁଛି ସେଥିରୁ ଅତିକମ୍‌ରେ ଘଣ୍ଟାଏ ବାହାର କରି ଜଣେ ଓ୍ଵାର୍କ ଆଉଟ୍‌ କରିବା ଉଚିତ୍‌। କିନ୍ତୁ ସମୟ ନାହିଁ ବୋଲି କହି ଅନେକ ଲୋକ ମିଛରେ ବାହାନା କାରନ୍ତି। ମୋ କହିବା କଥା ସମସ୍ତେ ନିଜ ପାଇଁ ଘଣ୍ଟାଏ ସମୟ ବାହାର କରି ଜିମ୍‌ ବା ଓ୍ଵାର୍କ ଆଉଟ କରନ୍ତୁ। ମୁଁ ଓ୍ଵାର୍କଆଉଟ୍‌ ସହ ଦିନରେ ତିନିଥର ଖାଉଥିବା ଖାଦ୍ୟକୁ ଭାଗ ଭାଗ କରି ୫ଥର ଖାଏ। ଏହା ଦେହ ପାଇଁ ବେଶି ଲାଭଦାୟକ। ଓ୍ଵାର୍କ ଆଉଟ ସମୟରେ ଭଲ ଟ୍ରେନରଙ୍କ ସହଯୋଗ ନିଏ। ନିଜ କ୍ଷମତା ଅନୁସାରେ ସପ୍ଲିମେଣ୍ଟ ଖାଏ। ମସଲା ଯୁକ୍ତ ଖାଦ୍ୟ ନଖାଇ ଘରୋଇ ଖାଦ୍ୟ ଖାଇବାକୁ ଚେଷ୍ଟା କରେ ବୋଲି କୁହନ୍ତି ଅଂଶୁମାନ।

ସମ୍ବନ୍ଧିତ ଖବର