ମନଖୋଲା ହସ ମୋ’ର ଆଭୂଷଣ: ବର୍ଷା

ଫିଟ୍‌ନେସ୍‌ ମନ୍ତ୍ର

ଓଲିଉଡ୍‌ରେ ଯେଉଁ କେତେଜଣ ହିରୋଇନ୍‌ଙ୍କ ସୌନ୍ଦର୍ଯ୍ୟକୁ ନେଇ ରୀତିମତ ଚର୍ଚା ହୁଏ ସେମାନଙ୍କ ମଧ୍ୟରେ ବର୍ଷାଙ୍କ ନାଁ ନିଶ୍ଚିତ ଆଗରେ ଆସିବ ଏଥିରେ ସନ୍ଦେହ ନାହିଁ। ପୋଷାକ ହେଉ କି ମେକଅପ୍‌, କେଶସଜ୍ଜା ହେଉ କି ସୁନ୍ଦର ହସର ଆଭୂଷଣ। ସେ କହନ୍ତି, ସୁନ୍ଦର ଦିଶିବା ପାଇଁ ମନ ଖୋଲା ହସ ହିଁ ସବୁଠୁ ଭଲ ବ୍ୟାୟାମ। ମୋ ସୌନ୍ଦର୍ଯ୍ୟର ରହସ୍ୟ ବି ଏଇ ହସ। ମନ ଖୋଲି ହସିଲେ ମଣିଷ ଖାଲି ପ୍ରଫୁଲ୍ଲ ରହେନି ବରଂ ଚେହେରାରେ ତା’ର ପ୍ରତିଫଳନ ସାମ୍ନାରେ ଥିବା ମଣିଷକୁ ସହଜରେ ପ୍ରଭାବିତ କରିପାରେ। ମୁହଁରେ ଚମକକୁ ଏହା ଦ୍ୱିଗୁଣିତ କରେ। ମେକଅପ୍‌ ନେଲେ ଜଣେ ସୀମିତ ସମୟ ପାଇଁ ସୁନ୍ଦର ଦିଶିବ। କିନ୍ତୁ ମୁଁ ଭାବେ ହସ ହିଁ ମଣିଷର ସବୁଠୁ ମୂଲ୍ୟବାନ ଆଭୂଷଣ।

ସବୁବେଳେ ଚଳଚ୍ଚିତ୍ରକୁ ଲକ୍ଷ୍ୟ କରି ମୁଁ ମୋ କେଶ, ପେଷାକ ଓ ମେକ୍‌ଅପ ନେଇଥାଏ। ଏଥିପାଇଁ ମତେ ବହୁତ ପରୀକ୍ଷାନୀରିକ୍ଷା କରିବାକୁ ପଡ଼େ। ମୁଁ କେମିତି ସୁନ୍ଦର ଦିଶିବି ସେଥିପାଇଁ ଦୀପକ, ସତ୍ୟ ମୋ ମେକ୍‌ଅପ ପାଇଁ ଚିନ୍ତା କରିଥାଆନ୍ତି। ସବୁ ଚଳଚ୍ଚିତ୍ରରେ ଭିନ୍ନଭିନ୍ନ ଡ୍ରେସ ପିନ୍ଧିବା ପାଇଁ ଚେଷ୍ଟା କରିଥାଏ। ସେଥିପାଇଁ ମୋ ଡ୍ରେସ ଡିଜାଇନର ନିତୁ ବି ବହୁତ ପରିଶ୍ରମ କରିଥାଆନ୍ତି। ପର୍ସରେ ଆଉ କିଛି ଥାଉ କି ନଥାଉ କିନ୍ତୁ ତାଙ୍କ ପସନ୍ଦର ପରଫ୍ୟୁମ୍‌, ଲିପ୍‌ବାମ୍‌ ଓ ବାପା ମା’ଙ୍କ ଫଟୋ ନିଶ୍ଚିତ ଥାଏ।

ସମ୍ବନ୍ଧିତ ଖବର