ପେଟ ଭରି ଖାଇବା ସହ ଓ୍ଵାର୍କ ଆଉଟ୍‌ କରେ : ଜ୍ୟୋତି ରଞ୍ଜନ

ଫିଟ୍‌ନେସ୍‌ ମନ୍ତ୍ର

ଜ୍ୟୋତି ରଞ୍ଜନ ନାୟକ ଅଳ୍ପ ଦିନ ହେବ ଅଭିନୟ ଜଗତରେ ପାଦ ଥାପି ବେଶ୍‌ ନାଁ କମାଇଛନ୍ତି। ଚଳିତ ମାସରେ ତାଙ୍କର ଫିଲ୍ମ ‘ଓଲେ ଓଲେ ଦିଲ୍‌ ବୋଲେ’ ମିକ୍ତିଲାଭ କରିଛି। ଜ୍ୟୋତି ନିଜର ସୁନ୍ଦର ଓ ଷ୍ଟାଇଲିସ୍‌ ଲୁକ୍‌ ସହ ହସ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ଏଥିପାଇଁ ସେ ସକାଳ ଓ ସନ୍ଧ୍ୟାରେ ଜିମ୍‌ ଯିବା ସହ ଓ୍ଵାର୍କ ଆଉଟ୍‌ କରନ୍ତି। ସେ କୁହନ୍ତି, ଯେତେ ବ୍ୟସ୍ତ ଥିଲେ ମଧ୍ୟ ନିଜ ପାଇଁ ସମୟ ବାହାର କରି ଓ୍ଵାର୍କ ଆଉଟ କରେ। ତା’ ସହିତ ଖାଇବା ପିଇବା ପ୍ରତି ଧ୍ୟାନ ଦିଏ। ତାଙ୍କ ଅନୁସାରେ ପତଳା ହେବା ପାଇଁ ଖାଦ୍ୟ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ, ପେଟ ଭରି ଖାଇବା ସହିତ ଓ୍ଵାର୍କ ଆଉଟ କଲେ ଜଣେ ଫିଟ୍‌ ରହିପାରିବ। ଏହା ସହିତ ପ୍ରଚୁର ପାଣି ପିଇବା ଦରକାର। ସେ ସକାଳୁ ଫଳ ଖାଆନ୍ତି, ମଧ୍ୟାହ୍ନରେ ରୁଟି ଓ ବଏଲ୍‌ ଚିକେନ୍‌ ଖାଆନ୍ତି। ସନ୍ତୁଳିତ ଆହାର ସୁସ୍ଥ ଓ ଫିଟ୍‌ ରହିବା ପାଇଁ ନିହାତି ଦରକାର। ସକାଳୁ ଉଠିବା ଏକ ଭଲ ଅଭ୍ୟାସ କିନ୍ତୁ ମୁଁ କେବେ ସକାଳୁ ଉଠି ପାରେ ନାହିଁ।

ସମ୍ବନ୍ଧିତ ଖବର