ମଇଦା ଓ ଚିନି ଜାତୀୟ ଖାଦ୍ୟରୁ ଦୂରେଇ ରୁହେ: ପୁପୁଲ ଭୂୟାଁ

ନିକଟରେ ସୁନ୍ଦରୀ ପ୍ରତିଯୋଗିତା ‘ଅପେରା ମିସେମ୍‌ ଇଣ୍ଡିଆ ଗ୍ଲୋବାଲ-୨୦୧୮’ରେ ୭୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେମ୍‌ ଇଣ୍ଡିଆ ଗ୍ଲୋବାଲର ମୁକୁଟ ପିନ୍ଧିଛନ୍ତି କେଉଁଝର ଝିଅ ପିପୁଲ। ଏଥିସହ ତାଙ୍କ ପାଇଁ ବଲିଉଡ୍‌ରେ ପାଦ ଥାପିବାର ପଥ ଖୋଲିଛି। ପ୍ରତିଯୋଗିତା ଜିତିବା ପରେ ତାଙ୍କୁ ବଲିଉଡ୍‌ରେ ମୁଖ୍ୟ ନାୟିକା ହେବାର ଅଫର୍‌ ମିଳିଛି। ପୁପୁଲ୍‌ କୁହନ୍ତି, ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା। କଥା କହିବାଠାରୁ ଆରମ୍ଭ କରି କେଶ ଓ ଶରୀର ସହ ମାନସିକ ବ୍ୟାୟାମର ମଧ୍ୟ ଆବଶ୍ୟକତା ଥିଲା। ତେବେ ମୁଁ ମୋ ଶରୀର ପାଇଁ ବହୁତ ଯତ୍ନଶୀଳ। ସକାଳୁ ଉଠିବା ପରେ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଏ। ପ୍ରାତଃ ଭୋଜନରେ ଓଡ୍‌ସ୍‌, ସୁଜି, ବ୍ରାଉନ୍‌ ବ୍ରେଡ୍‌ ଖାଇଥାଏ। ଏହା ପରେ ବ୍ଲାକ୍‌ କଫି ପିଏ। ପୂର୍ବାହ୍ନ ପ୍ରାୟ ୧୧ ବେଳକୁ ଗୋଟେ ସେଓ ସହ ୧୦ଟି ପିସ୍ତା ବାଦାମ ଖାଏ। ମଧ୍ୟାହ୍ନ ଭୋଜନରେ ନିହାତି ଭାବେ ଦହି ଖାଏ। ଉତ୍ତମ ହଜମକ୍ରିୟା ଓ ପତଳା ହେବା ପାଇଁ ଦହି ବହୁ ଉପକାରୀ। ମଇଦା, ଚିନି ଓ ପ୍ୟାକେଟ ଖାଦ୍ୟରୁ ମୁଁ ଦୂରେଇ ରୁହେ। ଅପରାହ୍‌ଣ ୪ଟାରେ ଜିମ୍‌ ଯାଇ ୨ ଘଣ୍ଟା ୱାକ୍‌ ଆଉଟ୍ କରେ। ପୁଣି ପ୍ରତିଦିନ ‌ପାର୍କରେ ଯାଇ ଦୌଡ଼ିବା ମୋ ଅଭ୍ୟାସ। ରାତି ଭୋଜନରେ ମୁଁ ବହୁତ୍‌ କମ୍‌ ଖାଏ।

ସମ୍ବନ୍ଧିତ ଖବର