ପ୍ରତିଦିନ ସକାଳୁ ଘିକୁଆଁରୀ ଜୁସ୍‌ ପିଏ : ଆହାନା

ନିକଟରେ ମୁକ୍ତଲାଭ କରିଥିବା ‘ବ୍ଲାକ୍‌ମେଲ୍‌’ ଚଳଚ୍ଚିତ୍ରରେ ନିଜ ଅଭିନୟ ତଥା ସୌନ୍ଦର୍ଯ୍ୟର ଝଲକ ଦେଖାଇଥିଲେ ଅଭିନେତ୍ରୀ ଆହାନା। ଆଗକୁ ଜଣେ ଭଲ ଅଭିନେତ୍ରୀ ହେବାକୁ ସ୍ବପ୍ନ ସଜାଇଥିବା ଆହାନା କୁହନ୍ତି, ଗ୍ଲାମର୍‌ ଦୂନିଆରେ ନିଜ ସୌନ୍ଦର୍ଯ୍ୟ ଓ ସୁନ୍ଦର ଶରୀର ବହୁ ଗୁରୁତ୍ବବହନ କରେ। ‌କଲେଜ, ପାଠପଢ଼ା, କୋଚିଂ ଆଦିରୁ ଫୁର୍‌ସତ୍‌ ମିଳୁ ନଥିଲେ ମଧ୍ୟ ଶରୀରକୁ ଯେମିତି ହେଲେ ବି ସମୟ ଦେବାକୁ ଚେଷ୍ଟା କରେ। ସକାଳୁ ଉଠୁ ଉଠୁ ଘିକୁଆଁରୀ ଜୁସ୍‌ ପିଇବା ସହ ୩୦ ମିନିଟ୍‌ ମର୍ଣିଂ ୱାକ୍‌ କରେ। ଭାତ ଜମା ଖାଏ ନାହିଁ। ରୁଟି, ସନ୍ତୁଳା କିମ୍ବା ସବୁଜ ପନିପରିବା ପ୍ରଚୁର ପରିମାଣରେ ଖାଏ। ଫଳ, ଜୁସ୍‌, ବ୍ରାଉନ୍‌ ବ୍ରେଡ୍‌ ମୋ ନିତିଦିନିଆ ଖାଇବା। ସଂଧ୍ୟା ୬ ଟାରେ ୨ ଘଣ୍ଟା ଜିମ୍‌ ଯାଇ ୱାକ୍‌ ଆଉଟ୍‌ କରେ। ରାତିରେ କେବେ ଖାଏ ନାହିଁ। ବେଳେ ବେଳେ ଖାଏ। ସେ ବି ଖୁବ କମ୍‌। ରାତିରେ ନିହାତି ଭାବେ ଗୋଟେ ସେଓ ଖାଇ ଶୁଏ।

ସମ୍ବନ୍ଧିତ ଖବର