ସୁନ୍ଦର ତ୍ୱଚା ପାଇଁ ଉପକାରୀ ଘିକୁଆଁରୀ: ତମନ୍ନା ଭାସ୍‌

ଫିଟ୍‌ନେସ୍‌ ମନ୍ତ୍ର

ନିକଟରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ବ୍ଲାକମେଲ୍‌’। ପ୍ରଥମ ଚଳଚ୍ଚିତ୍ରରେ ନିଜ ପ୍ରିୟ ନାୟକ ସୁପରଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ନାୟିକା ହେବାର ସୁଯୋଗ ପାଇଥିବା ତମନ୍ନା ଭାସ୍‌ ଦେଖିବାକୁ ଖୁବ୍‌ ସୁନ୍ଦର। ନିଜକୁ ଫିଟ୍‌ ରଖିବା ତଥା ଚଳଚ୍ଚିତ୍ର ଜଗତରେ ନିଜ ସ୍ଥିତି ମଜଭୁତ କରିବା ପାଇଁ ସେ ନିଜ ସ୍ୱାସ୍ଥ୍ୟ ଓ ଶରୀର ପ୍ରତି ଖୁବ୍‌ ଯତ୍ନବାନ। ଫିଟ୍‌ ରହିବାର ଫର୍ମୁଲା ବିଷୟରେ ସେ କୁହନ୍ତି, ଜଣେ ସୁସ୍ଥ ରହିବା ପାଇଁ ହେଲେ ବାହାରେ ମିଳୁଥିବା ପ୍ରତ୍ୟେକ ଜିନିଷରୁ ଦୂରେଇ ରହିବାକୁ ପଡ଼ିବ।  ତେଲ, ମସଲାଯୁକ୍ତ ଖାଦ୍ୟ କମ୍‌ ଖାଇ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବାକୁ ଚେଷ୍ଟା କରିବା ଉଚିତ। ସେଥିପାଇଁ ସେ ଦିନକୁ ଦୁଇ ଥର ସାଲାଡ୍‌ ଖାଆନ୍ତି।  ପ୍ରାତଃ ଭୋଜନରେ ବ୍ରାଉନ ବ୍ରେଡ୍‌ ଓ ଓଟସ୍‌ , ମଧ୍ୟାହ୍ନ ଭୋଜନରେ ଭାତ ବହୁତ କମ୍‌ ଖାଇ ରୁଟି ଅଧିକ ଖାଇବାକୁ ପସନ୍ଦ କରନ୍ତି। ପ୍ରତ୍ୟେକ ଦିନ ଏକ ଘଣ୍ଟା ବ୍ୟାୟାମ କରନ୍ତି। ତା’ ସହିତ ନିଜ ମୁହଁ ଓ କେଶ ପାଇଁ ବାହାରର କୌଣସି ରାସାୟନଯୁକ୍ତ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି ନାହିଁ। ଉଭୟ କେଶ ଓ ମୁହଁ ପାଇଁ ଘିଁକୁଆରୀ ବ୍ୟବହାର କରନ୍ତି। କେଶ ମଜଭୁତ କରିବା ପାଇଁ ସାମ୍ପୁ କରିବା ପୂର୍ବରୁ ତେଲ ଲଗାଇ କିଛି ସମୟ ମାଲିସ୍‌ କରନ୍ତି ଓ ନିୟମିତ ବ୍ୟବଧାନରେ ପାର୍ଲର ଯାଇ ହେୟାର୍‌ ସ୍ପା କରନ୍ତି। ପୁଣି ପ୍ରତିଦିନ ବାହାରକୁ ଗଲାବେଳେ ତାଙ୍କ ହ୍ୟାଣ୍ଡ୍‌ ବ୍ୟାଗ୍‌ରେ ଲିପ୍‌ଷ୍ଟିକ୍‌ ଓ ମଶ୍ଚରାଇଜର୍‌ ନିହାତି ରହିଥାଏ ବୋଲି ତମନ୍ନା କହିଛନ୍ତି।

ସମ୍ବନ୍ଧିତ ଖବର