ସନ୍ତୁଳିତ ଖାଦ୍ୟ ଖାଏ, ଦିନକୁ ୮ ଗ୍ଲାସ୍‌ ପାଣି ପିଏ : ଆକାଶ ଦାସ ନାୟକ

ସିନେମା ଓ ରାଜନୈତିକ ଜୀବନରେ ନିଜ ପାଇଁ ସମୟ କାଢ଼ିବା ଭାରି କଷ୍ଟ। ତଥାପି ନିଜ ଶରୀରକୁ ଜଗେ। ସପ୍ତାହକୁ ନିଶ୍ଚିତ ଭାବେ ୪ ଦିନ ବ୍ୟାୟାମ ଓ ପ୍ରାଣାୟାମ କରେ। ସନ୍ତୁଳିତ ଖାଦ୍ୟରେ ବିଶ୍ୱାସ ରଖେ। ପ୍ରଚୁର ସବୁଜ ପନିପରିବା ସହ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଏ। ପ୍ରାତଃ ଭୋଜନରେ ଓଟ୍‌ସ୍‌, ରୁଟ, ସନ୍ତୁଳା, କର୍ଣ୍ଣଫ୍ଲେକ୍ସ ଓ ସିଝା ଅଣ୍ଡା ଖାଏ। ସଂଧ୍ୟାରେ ଗ୍ରିନ୍‌ ଟି ସହ ହାଲ୍‌କା ସ୍ନାକ୍ସ ଓ ରାତିରେ ଖୁବ୍‌ କମ୍‌ ଖାଏ। ପ୍ରତିଦିନ ୮ ଗ୍ଲାସ୍‌ ପାଣି ପିଏ। ଯୁବପିଢ଼ି ବାହାର ଖାଦ୍ୟ ଖାଇବା ଅଭ୍ୟାସ ଛାଡ଼ି ଘରୋଇ ଖାଦ୍ୟ ଖାଆନ୍ତୁ। ସନ୍ତୁଳିତ ଓ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସୁସ୍ଥ ରଖିବା ସହ ଶକ୍ତି ଯୋଗାଏ।

ସମ୍ବନ୍ଧିତ ଖବର