୫ ଡକାୟତ ଗିରଫ, କାର, ଟ୍ରକ, ବାଇକ ସହିତ ସୁନା ରୂପା ଅଳଙ୍କାର ଜବତ

ଭୁବନେଶ୍ୱର: ଗତକାଲି ରାତିରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଏକ ଡକାୟତ ଗ୍ୟାଙ୍ଗକୁ ଧରିଛି କମିସନରେଟ୍‌ ପୁଲିସ। କଳିଙ୍ଗନଗର କେ -୭ ଅଞ୍ଚଳରେ ଡକାୟତି ପାଇଁ ଏକ ନମ୍ବର ବିହୀନ ଧଳା ଇଣ୍ଡିଗୋ କାରରେ ଆସି ଯୋଜନା କରୁଥିବା ବେଳେ ସ୍ପେସାଲ ସ୍କ୍ଵାଡ୍‌ ଓ ଖଣ୍ଡଗିରି ଥାନା ପୁଲିସ ଚଢ଼ାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକମାନଙ୍କ ମଧ୍ୟରେ ପୁରୀ ଅସ୍ତରଙ୍ଗ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଦିପ୍ତିକାନ୍ତ ମହାନ୍ତି ଓରଫ କାଳିଆ ରହିଛି। କାଳିଆ ନାମରେ ଡକାୟତି, ଲୁଟ୍‌ ,ଦୁଷ୍କର୍ମ ଆଦି ୧୪ଟି ମାମଲା ରହିଛି। ସେହିପରି ଅନ୍ୟ ଅଭିଯୁକ୍ତମାନେ ହେଲେ ରଶ୍ମୀରଞ୍ଜନ ଧଳ ଓରଫ ଟିପୁ, ସଞ୍ଜୟକଚମାର ସ୍ୱାଇଁ ,ଅତୁଲ ଗୋଛିତ ଓରଫ ଅଟ୍ଟା, ଓ ବଚନ ନାୟକ। ଏମାନଙ୍କ ଘର କଟକ ଜିଲ୍ଲା ବାଙ୍କି ଓ ଟାଙ୍ଗୀ ଥାନା ଅଞ୍ଚଳରେ। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ଗୋଟିଏ କାର, ଗୋଟିଏ ଟ୍ରକ, ଗୋଟିଏ ପଲସର ମୋଟର ସାଇକେଲ, ୩୦ ଗ୍ରାମ ସୁନା ଅଳଙ୍କାର, ୧୦୦ ଗ୍ରାମ ରୂପା ଅଳଙ୍କାର, ଘର ତାଡିବା ପାଇଁ ବ୍ୟବହୃତ ଯନ୍ତ୍ରପାତି, ୪ଟି ମୋବାଇଲ ଫୋନ୍‌ ଜବତ କରିଛି।

ସମ୍ବନ୍ଧିତ ଖବର