ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ

ଶ୍ରେଷ୍ଠ ବ୍ଲକ୍‌ କଳା ସଂସ୍କୃତି ସଂଘର ୫ ଉପସଭାପତି ଓ ୯ କଳାକାର ସମ୍ବର୍ଧିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଅଷ୍ଟମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବର ଆଜି ଥିଲା ଶେଷ ସନ୍ଧ୍ୟା। ବର୍ଷା ଯୋଗୁ ଉତ୍କଳ ମଣ୍ଡପ ପରିବର୍ତ୍ତେ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା। ଆଜିର ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ। ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ସୁଶୀଲ କୁମାର ଦାସ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିତିନ ଭାନୁଦାସ ଜାଓ୍ଵଲେ ଯୋଗ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିସନର ତଥା ଶାସନ ସଚିବ ମନୋରଞ୍ଜନ ପାଣିିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରେଷ୍ଠ ବ୍ଲକ୍‌ କଳା ସଂସ୍କୃତି ସଂଘର ୫ଜଣ ଉପସଭାପତିଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ୯ଜଣ କଳାକାରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ନଚନିଆ, ସୋନପୁର ରସରକେଲି, କୋରାପୁଟର ଢ଼େମସା, ମାଲକାନଗିରିର କୋୟା ନୃତ୍ୟ, ବରଗଡ଼ର ରଙ୍ଗବତୀ, କନ୍ଧମାଳର କୁଇ ନୃତ୍ୟ, ବାଲେଶ୍ୱର ପାଲା, ଅନୁଗୁଳ ଦାସକାଠିଆ, ଦେବଗଡ଼ର କିଶାନ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।  ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୁଚେତା ପ୍ରିୟଦର୍ଶନୀ ଓ ଡ.ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର