ଫୁଡ୍‌ଫାଇଣ୍ଡୋର ପ୍ରିଭିଲେଜ୍‌ କାର୍ଡ ପ୍ରୋଗ୍ରାମ୍‌ ଆରମ୍ଭ

ଭୁବନେଶ୍ୱର: ଫୁଡ୍‌ଫାଇଣ୍ଡୋ ପକ୍ଷରୁ ସ୍ୱତନ୍ତ୍ର ପ୍ରିିଭିଲେଜ୍‌ କାର୍ଡ ପ୍ରୋଗ୍ରାମ୍‌ ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଫେସବୁକ୍‌ରେ ଲାଇଭ୍‌ ଷ୍ଟ୍ରିମିଂ ଜରିଆରେ ୬୫ ହଜାର ଫୁଡ୍‌ଫାଇଣ୍ଡୋ ଗୋଷ୍ଠୀଙ୍କ ପାଖରେ ପହଞ୍ଚିପାରିଥିବା ଫୁଡି ଇନ୍‌ ଚିଫ୍‌ ରୋହିତ୍‌ ଶ୍ରୀବାସ୍ତବ ଏହି ପ୍ରୋଗ୍ରାମ୍‌ ବିଷୟରେ ଘୋଷଣା କରିଛନ୍ତି। ଏଥିରେ ଫୁଡ୍‌ଫାଇଣ୍ଡୋର ସଦସ୍ୟମାନେ ସର୍ବୋତ୍ତମ ଅଫର ଓ ରିହାତି ପାଇପାରିବେ। ୧୪୯୯ ଟଙ୍କାରେ ଏହି ପ୍ରିଭିଲେଜ୍‌ କାର୍ଡ ପ୍ରୋଗ୍ରାମ୍‌ ଉପଲବ୍ଧ ହେଉଛି। ଭୁବନେଶ୍ୱର, କଟକ ଓ ପୁରୀର ୨୬ରୁ ଅଧିକ ପାର୍ଟନର୍‌ଙ୍କୁ ଏହି ପ୍ଲାଟଫର୍ମରେ ସାମିଲ କରାଯାଇଛି। ଜୁଲାଇ ୧ରୁ ଲାଇଭ୍‌ ହେବାକୁ ଥିବା ଏହି ପ୍ରୋଗ୍ରାମ୍‌ ଏକ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ଗ୍ରାହକମାନେ ଫୁଡ୍‌ଫାଇଣ୍ଡୋ େଓ୍ଵବସାଇଟ୍‌ ଜରିଆରେ ପ୍ରିଭିଲେଜ୍‌ କାର୍ଡ ବରାଦ ଦେଇପାରିବେ। ଏହି କାର୍ଡକୁ ଦେଖାଇ ବିଭିନ୍ନ ସ୍ଥାନରେ ରିହାତି ଓ ଅଫର ହାସଲ କରିହେବ। ଏହି ପ୍ରୋଗ୍ରାମ୍‌ ବିଷୟରେ ରୋହିତ କହିଛନ୍ତି ଯେ, ଖାଦ୍ୟପ୍ରେମୀମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ବହୁ ହୋଟେଲ୍‌, ରେସ୍ତୋରାଁ ଓ ସେବା ପ୍ରଦାନକାରୀଙ୍କୁ ଗୋଟିଏ ପ୍ଲାଟଫର୍ମ ଉପଲବ୍ଧ କରାଇଛୁ। ଏହି ପ୍ରୋଗ୍ରାମ୍‌ ଜରିଆରେ ଆମେ କେବଳ ରିହାତି ଓ ଡିଲ୍‌ ପ୍ରଦାନ କରୁନାହୁଁ ବରଂ ଲୋକମାନଙ୍କ ବାହାରେ ଖାଇବା ଅଭିଜ୍ଞତାରେ ସୁଧାର ଆଣିବାକୁ ଚାହୁଁଛୁ। ଫୁଡଫାଇଣ୍ଡୋ ପକ୍ଷରୁ ରେସିପି ସେକ୍ସନ୍‌ର ସମନ୍ଵୟ ବିଷୟରେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର