କାହାଣୀ କହିବେ ବିଦେଶୀ, ଆଜିଠୁ ଭୁଫେଷ୍ଟୋ

ଭୁବନେଶ୍ବର: ରାଜଧାନୀର ଇତିହାସରୁ ଆରମ୍ଭ କରି ବିଭିନ୍ନ ଦେଶର ଭିନ୍ନ ଭିନ୍ନ କାହାଣୀ ଗପ ମାଧ୍ୟମରେ ଲୋକଙ୍କୁ ଶୁଣାଇବା ପାଇଁ ଗୁରୁବାରଠାରୁ ରାଜଧାନୀରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଷ୍ଟୋରି ଟେଲିଂ ଫେଷ୍ଟିଭାଲ ବା ଭୁଫେଷ୍ଟୋ। ଡିସେମ୍ବର ୬ରୁ ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଗାଳ୍ପିକ ଯୋଗଦେବେ। ଏଥିରେ ଆର୍ଜେଣ୍ଟିନାର ପୌଲା ମାର୍ଟିନ୍, କେନିଆର ୱଙ୍ଗାରି ଗ୍ରେସ୍‌, ଥାଇଲାଣ୍ଡର ୱାଜୁପା ଟୋସା, କୋରିଆର ଡୋଙ୍ଗିଓ ବାଙ୍ଗ୍, ଫ୍ରାନ୍ସର ସାବ୍ରିନା ଅନାସ୍ତାସିଆଙ୍କ ଭଳି ବିଶ୍ବର ପ୍ରମୁଖ କାହାଣୀ ଶୁଣାଉଥିବା ବ୍ୟକ୍ତିଙ୍କଠାରୁ କାହାଣୀ ଶୁଣିବାର ସୁଯୋଗ ମିଳିବ। ଓଡ଼ିଶା ଏବଂ ବିଭିନ୍ନ ରାଜ୍ୟର ବ୍ୟକ୍ତି ମଧ୍ୟ ଗପ ଶୁଣାଇବେ।ବକୁଳ ଫାଉଣ୍ଡେସନ୍ ସହାୟତାରେ ବିଡିଏ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏହା ଚନ୍ଦ୍ରଶେଖରପୁରର ବୁଦ୍ଧଜୟନ୍ତୀ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ ଓ ଖଣ୍ଡଗିରିର ଖାରବେଳ ପାର୍କରେ ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।କାହାଣୀ ଯେପରି ଲୋକ ସହଜରେ ବୁଝିପାରିବେ ସେଥିପାଇଁ ପାର୍କଗୁଡ଼ିକୁ ବିଭିନ୍ନ କଳାକୃ୍ତି ଜରିଆରେ ସଜା ଯାଇଛି। ବୁଦ୍ଧ ଜୟନ୍ତୀ ପାର୍କକୁ ପଞ୍ଚତନ୍ତ୍ର ଦୁନିଆ ଭାବେ ବିକଶିତ କରାଯାଇଥିବା ବେଳେ ଇନ୍ଦିରା ଗାନ୍ଧୀ ପାର୍କକୁ ଗ୍ରିମସ୍‌ ଫେୟାରି ଟେଲ୍, ଖାରବେଳ ପାର୍କକୁ ଆରବିଆନ୍‌ ନାଇଟ୍‌ସ ବିଷୟବସ୍ତୁ ଆକାରରେ ସଜା ଯାଇଛି।

ସମ୍ବନ୍ଧିତ ଖବର