ନିଃଶୁକ୍ଳ ଯୋଗ ଶିକ୍ଷା

ପୁରୁଣା ଭୁବନେଶ୍ୱର : ମହତାବ ରୋଡ୍‌ ଶୀତଳଷଷ୍ଠୀ ମଣ୍ଡପଠାରେ ଓଲଡ୍‌ ଟାଉନ୍‌ ପତଞ୍ଜଳି ମହିଳା ସମିତି ପକ୍ଷରୁ ୩ଦିନଆ ନିଃଶୁଳ୍କ ଯୋଗ ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଜେପି ନେତା ଅମିୟ ଦାଶ, ସମାଜସେବୀ ଗଦାଧର ଦାସ, ପତଞ୍ଜଳି ଯୋଗପୀଠର ଯୋଗ ଗୁରୁ ସୁଧାଂଶୁ ଅଧିକାରୀ ପତଞ୍ଜଳି ସମିତିର ରାଜ୍ୟ ପ୍ରଭାରୀ ପୃଥ୍ଵୀରାଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଯୋଗକୁ ଉତ୍ସାହିତ କରୁଥିବାରୁ ସମିତି ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହାକୁ ବିଷ୍ଣୁ ପ୍ରସାଦ ମୁଦୁଲି, ଜୟକୃଷ୍ଣ ମଲିଆ, ରୋଜାଲିନ ସାସମଲ, ମଧୁସ୍ମିତା ପୁରୋହିତ, ରିନା ଦାସ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର