ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ଲଭ୍ ଏକ୍ସପ୍ରେସ୍ରେ ଫେରୁଛନ୍ତି ସ୍ବରାଜ। ଫ୍ରାଇଡେ ରିଲିଜ୍ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଏକ୍ସପ୍ରେସ୍’। ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍ଙ୍କ ପ୍ରଯୋଜିତ ସିଦ୍ଧାର୍ଥ ଟିଭି ଓ ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନରରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଚଳଚ୍ଚିତ୍ରରେ ସ୍ବରାଜଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ସନ୍ମୀରା। ରମେଶ ରାଉତ ନିର୍ଦେଶନା ଦେଇଥିବା ବେଳେ ବୈଦ୍ୟନାଥ ଦାଶଙ୍କ ସଂଗୀତରେ ‘ଗୋଲ୍ କିପର ଥିଲେ କନ୍ ଗୋଲ୍ ହୁଏନି.., ଆୱାରା ଦିଲ୍ ମୋ କହେ.., ଏଲିନା ଭୂମିକା ଶିବାନୀ ହେଲେଣି ଟେନ୍ସନ୍.., ଲଭ୍ ଏକ୍ସପ୍ରେସ୍... ଭଳି ସଂଗୀତ ଫିଲ୍ମକୁ ଆହୁରି ରୋଚକ କରିଛି। ଏଥିସହିତ ଭୁବନେଶ୍ବରର ଶ୍ରୀୟା ଓ ଏକାମ୍ରରେ ଏହା ମୁକ୍ତିଲାଭ କରିବ। ଏଥିସହ ଏକମାତ୍ର ହିନ୍ଦୀ ଚଳଚ୍ଚିତ୍ର ଭାବେ ମୁକ୍ତିଲାଭ କରିବାକୁ ଯାଉଛି ରଣବୀର ସିଂହଙ୍କ ଚର୍ଚିତ ଚଳଚ୍ଚିତ୍ର ‘ସିମ୍ବା’। ଏଥିରେ ରଣବୀରଙ୍କ ସହ ସାରା ଅଲ୍ଲୀ ଖାନ୍, ସୋନୁ ସୁଦ୍, ଆଶୁତୋଷ ରାଣାଙ୍କ ସମେତ ଅଜୟ ଦେବ୍ଗନଙ୍କୁ ବି ଦେଖିବାକୁ ମିଳିବ। ଜଣେ ଅନାଥ ଶିଶୁ ଦିଗହରା ହେବା ପରେ କିଭଳି ପୁଣି ଭଲ ବାଟକୁ ଫେରି ଆସି ଦୁର୍ନୀତିଗ୍ରସ୍ତକୁ ସାବାଡ଼ କରିଛି, ଏହିଭଳି ଏକ କଥାବସ୍ତୁକୁ ନେଇ ମୁକ୍ତିଲାଭ କରିବାକୁ ଯାଉଛି ରୋହିତ ସେଟ୍ଟୀଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ସିମ୍ବା’। ଏସ୍ପ୍ଲାନେଡ୍ ପରିସର ସିନେପଲିସ୍, ଆଇନକ୍ସ ଭବାନୀ ମଲ୍ ଏବଂ ରବି ଟକିଜ୍ରେ ଦର୍ଶକ ଏହି ଚଳଚ୍ଚିତ୍ର ଉପଭୋଗ କରିପାରିବେ।
ଫ୍ରାଇଡେ ରିଲିଜ୍: ଆଜି ଆସୁଛି ‘ଲଭ୍ ଏକ୍ସପ୍ରେସ୍’
/sambad/media/post_attachments/wp-content/uploads/2018/12/Untitled-23-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)