ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟରେ ଶାରଦୀୟ ଉତ୍ସବ

ଭୁବନେଶ୍ବର: ଖଣ୍ଡଗିରି ନିକଟସ୍ଥ ଗାନ୍ଧୀ +୨ ଓ+୩ ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ଦୁର୍ଗାପୂଜା ଅବସରରେ ଶାରଦୀୟ ଉତ୍ସବ ପାଳନ କରାଯାଇଛି। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଅନୁଷ୍ଠାନର ଉପଦେଷ୍ଟା ଖଲିହୁର ରେହମାନ ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମକର୍ତାମାନଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାରଣା ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ପିଲାମାନଙ୍କ ପାଠପଢ଼ା ଉପରେ ଗୁରୁତ୍ବ ଦେବାକୁ କହିଥିଲେ। ଶେଷରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ବିଶ୍ବନାଥ ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର