ସତୀର୍ଥ ପକ୍ଷରୁ ଗଣେଶ୍ୱର ମିଶ୍ରଙ୍କ ସ୍ମୃତିସଭା

ଭୁବନେଶ୍ୱର: ସତୀର୍ଥ ଅନୁଷ୍ଠାନ ପକ୍ଷରୁ ଗଣେଶ୍ୱର ମିଶ୍ରଙ୍କ ସ୍ମୃତିସଭା ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗବେଷକ ତଥା ଲେଖକ ସିଦ୍ଧେଶ୍ୱର ମହାପାତ୍ର ସ୍ୱର୍ଗତ ମିଶ୍ରଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର, ଲେଖକ ସୌରୀବନ୍ଧୁ କର ଯୋଗ ଦେଇ ଶ୍ରୀ ମିଶ୍ରଙ୍କର ସାହିତ୍ୟ କୃତି ଓ ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରୀ ମିଶ୍ରଙ୍କ ‘ହାଇସ୍କୁଲ ଡେଜ୍‌’ ପୁସ୍ତକ ଓ ଅନୁଷ୍ଠାନର େଓ୍ଵବ୍‌ସାଇଟ୍‌ ଉନ୍ମୋଚନ କରାଯାଇଥିଲା। ଓଡ଼ିଶାର ପୂର୍ବତନ ଶାସନ ସଚିବ ଡ. ସୁବାସ ପାଣି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ବିରାଜ ମୋହନ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର