ଗଙ୍ଗାଧର ମହାପାତ୍ରଙ୍କ ଜୟନ୍ତୀ

ଭୁବନେଶ୍ୱର,: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗଙ୍ଗାଧର ମହାପାତ୍ରଙ୍କ ୧୦୪ତମ ଜୟନ୍ତୀ ଆଜି ବୁଦ୍ଧ ମନ୍ଦିର ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନୋରଞ୍ଜନ ମହାନ୍ତିଙ୍କୁ ‘ଗଙ୍ଗାଧର ମହାପାତ୍ର ସମ୍ମାନ-୨୦୧୮’ରେ ସମ୍ମାନିତ କରାଯାଇଥିଲା। ବୌରାଗ୍ୟନନ୍ଦ ମହାରାଜ, ପୂର୍ବତନ ନ୍ୟାୟାଧୀଶ ମନୋରଞ୍ଜନ ମହାନ୍ତି ଓ ପର୍ଶୁରାମ ଦ୍ୱିବେଦୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଙ୍ଗାଧାର ମହାପାତ୍ରଙ୍କୁ ପ୍ରଶଂସା କରିଥିଲେ । ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଙ୍ଗାଧର ବାବୁଙ୍କ ପୁତ୍ର ଉମାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସୀତାବଲ୍ଲାଭ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର