ପୁରୀଠାରେ ନିର୍ମିତ ହେବ ଅନ୍ତର୍ଦେଶୀୟ ଗାୟତ୍ରୀ ଚେତନା କେନ୍ଦ୍ର : ନିଶାମୁକ୍ତ ଓଡ଼ିଶା ପାଇଁ ଆହ୍ଵାନ

ଚନ୍ଦ୍ରଶେଖରପୁର : ଆସନ୍ତା ଦୁଇ ବର୍ଷ ମଧ୍ୟରେ ଓଡ଼ିଶାକୁ ନିଶାମୁକ୍ତ କରିବାର ସଂକଳ୍ପ ନେଇ ଆଜି ଗାୟତ୍ରୀ ପରିବାର ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସକ୍ରିୟ କାର୍ଯ୍ୟକର୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ସାରା ଓଡ଼ିଶାରେ ତ୍ୱରାନ୍ଵିତ କରିବା ଉଦ୍ଦେଶ୍ୟରେ ପୁରୀଠାରେ ଏକ ଅନ୍ତର୍ଦେଶୀୟ ଚେତନା କେନ୍ଦ୍ର ନିର୍ମାଣ କରାଯିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗାୟତ୍ରୀ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୫ ଏକର ଜମିରେ ନିର୍ମାଣ କରାଯିବାକୁ ଥିବା ଏହି କେନ୍ଦ୍ରରେ ବୃକ୍ଷରୋପଣ, ଆଦର୍ଶ ଗ୍ରାମ, ସ୍ୱାସ୍ଥ୍ୟ, ଶିକ୍ଷା, ସାଧନା, ସ୍ୱାବଲମ୍ବନ, ନାରୀଜାଗରଣ ଓ ପରିବେଶ ସୁରକ୍ଷା ଉପରେ ପ୍ରଶିକ୍ଷଣ ଦିଆଯିବ ବୋଲି ହରିଦ୍ୱାରାରୁ ଆସିଥିବା ଋଷି ପୁତ୍ରମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାୟତ୍ରୀ ତୀର୍ଥ ଶାନ୍ତକୁଞ୍ଜର ମୁଖ୍ୟ ପ୍ରତିନିଧି ଡ. ବ୍ରଜମୋହନ ଗୌଡ଼, ଜୋନାଲ ପ୍ରମୁଖ ଇଂ କାଳୀଚରଣ ଶର୍ମା, ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଗଂଗାଧର ଚୌଧୁରୀ, ଦ.ପୂ ଜୋନ୍‌ର ପ୍ରଭାରୀ ଦିଲ୍ଲୀପ ପାଣିଗ୍ରାହୀ, ଓଡ଼ିଶା ଜୋନ୍‌ ପ୍ରମୁଖ ଶେଷଦେବ ବଢ଼େଇ, ରାଜ୍ୟ ସଂଯୋଜକ ବାଳକୃଷ୍ଣ ପଣ୍ଡା, ସହ ସଂଯୋଜକ ରବିନାରାୟଣ ପଣ୍ଡା, ସଂଯୋଜକ ବଳରାମ ସାହୁ, ସଂଯୋଜକ ସୂର୍ଯ୍ୟ ନାରାୟଣ ମିଶ୍ର, ସଂଯୋଜକ ବିଚିତ୍ର କୁମାର ସାହ. କୃପାସିନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସୁସ୍ଥ ଶରୀର, ସ୍ୱଚ୍ଛ ମାନସିକତା ଓ ସଭ୍ୟ ସମାଜର ମହାନ ଉପଲବ୍ଧି ଦେବାର ସଂକଳ୍ପ ନେଇ ଗାୟତ୍ରୀ ପରିବାର ନିରବଚ୍ଛିନ୍ନ ଭାବରେ କାମ କରିଆସୁଛି।

ସମ୍ବନ୍ଧିତ ଖବର